ଓଡିଶା

odisha

By

Published : Jun 12, 2021, 12:48 PM IST

ETV Bharat / city

ଅନଲକ ମୁହାଁ ହେବ ଓଡିଶା, 4 ଜିଲ୍ଲାର ସଂକ୍ରମଣ ରୋକିବାକୁ ସ୍ପେଶାଲ ଷ୍ଟାଟେଜି

ଅନଲକ ମୁହାଁ ହେବ ଓଡିଶା । 5 ପ୍ରତିଶତ ତଳେ ଥିବା ଜିଲ୍ଲାରେ କୋହଳ ହେବ କଟକଣା । 4 ଜିଲ୍ଲାର ସଂକ୍ରମଣ ରୋକିବାକୁ ସ୍ପେଶାଲ ଷ୍ଟାଟେଜି ପ୍ରସ୍ତୁତ ହେବା ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । ଅଧିକ ପଢନ୍ତୁ...

ଅନଲକ ମୁହାଁ ହେବ ଓଡିଶା, 4 ଜିଲ୍ଲାର ସଂକ୍ରମଣ ରୋକିବାକୁ ସ୍ପେଶାଲ ଷ୍ଟାଟେଜି
ଅନଲକ ମୁହାଁ ହେବ ଓଡିଶା, 4 ଜିଲ୍ଲାର ସଂକ୍ରମଣ ରୋକିବାକୁଅନଲକ ମୁହାଁ ହେବ ଓଡିଶା, 4 ଜିଲ୍ଲାର ସଂକ୍ରମଣ ରୋକିବାକୁ ସ୍ପେଶାଲ ଷ୍ଟାଟେଜି ସ୍ପେଶାଲ ଷ୍ଟାଟେଜି

ଭୁବନେଶ୍ବର :ରାଜ୍ୟରେ ଆରମ୍ଭ ହେବ ଗ୍ରାଜୁଆଲ ଅନଲକ । ଏହା ଆମ ପାଇଁ ଭଲ । ଅନ୍ୟ ରାଜ୍ୟମାନେ ବି ଏହି ପନ୍ଥା ଅବଲମ୍ବନ କରୁଛନ୍ତି। କିଛି କଟକଣା କୋହଳ ହେବ କିଛି କଟକଣା ପୂର୍ବ ଭଳି ବଳବତ୍ତର ରହିବ। ଅନଲକ ପାଇଁ ସବୁ ଦିଗରୁ ସରକାର ବିଚାର ବିମର୍ଷ କରୁଛନ୍ତି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଅନଲକ ମୁହାଁ ହେବ ଓଡିଶା, 4 ଜିଲ୍ଲାର ସଂକ୍ରମଣ ରୋକିବାକୁ ସ୍ପେଶାଲ ଷ୍ଟାଟେଜି

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଲୋକମାନେ ଏହାର ସଠିକ ବ୍ୟବହାର ନ କରିବେ ତେବେ ପୁଣି ଥରେ ତାହାର ନେଗେଟିଭ ଆଫେକ୍ଟ ପଡିପାରେ । ସମସ୍ତ ଜିଲ୍ଲା ଗୁଡିକ ତିନୋଟି ଜୋନକୁ ବିଭକ୍ତ କରାଯାଇ ଆମେ ସ୍ଥିତି ଉପରେ ନଜର ରଖିଛୁ। 17 ପରେ କଣ ହେବ ସେ ନେଇ ଖୁବ ଶୀଘ୍ର ବୈଠକ ଡକାଯାଇ ନିଷ୍ପତ୍ତି ନିଆଯିବ ।

10 ପ୍ରତିଶତ ଉପରେ ସଂକ୍ରମଣ ହାର ଥିବା ଜିଲ୍ଲା ଗୁଡିକରେ କଟକଣା ବଳବତ୍ତର ରହିବ । ଯେଉଁଠାରେ ସଂକ୍ରମଣ ହାର 5 ପ୍ରତିଶତ ତଳେ ରହୁଛି, ସେହି ଜିଲ୍ଲାରେ କିଛି କଟକଣା କୋହଳ କରାଯିବ । ମାତ୍ର ଶେଷ ନିଷ୍ପତ୍ତି ସରକାର ହିଁ ନେବେ ।

ଭଦ୍ରକ, ଅନୁଗୁଳ, ଖୋର୍ଦ୍ଧା, ଯାଜପୁର, ଭଳି କିଛି ଜିଲ୍ଲାରେ ଏବେ ଅଧିକ ସଂକ୍ରମଣ ରହୁଛି । ଏଥି ପାଇଁ ଏହି 4 ଜିଲ୍ଲା ପାଇଁ ସ୍ପେଶାଲ ଷ୍ଟାଟେଜି ପ୍ରସ୍ତୁତ କରାଯିବ । ଲଗାତାର କିଛି ଦିନ ହେବ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ହାର କମୁଛି। ଅନ୍ୟ ଜିଲ୍ଲା ଗୁଡିକରେ ମଝି ମଝିଆ ରହୁଛି। ସବୁ ଦିଗକୁ ବିଚାର କରି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details