ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ କୋରୋନା ସଂକ୍ରମଣ କମୁଥିବା ବେଳେ କିଛି ଜିଲ୍ଲାରେ ଏବେ ମଧ୍ୟ ସଂକ୍ରମଣ ବଢୁଛି । ତେବେ ରାଜ୍ୟରେ କୋରୋନାର ସ୍ଥିତି, ସମୟ ଓ ସଂକ୍ରମଣର ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନଲକର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି DMET ସିବିକେ ମହାନ୍ତି ।
ଜୁଲାଇ ଅନଲକ ପ୍ରକ୍ରିୟା ଶେଷ ହେବାକୁ ଥିବା ବେଳେ ଆଗାମୀ ଅନଲକକୁ ନେଇ ମତ ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ବର୍ତ୍ତମାନ କଟକ ଓ ଖୋର୍ଦ୍ଧାରେ ସମ୍ପୂର୍ଣ୍ଣ ଅନଲକ ହେବାର ସମ୍ଭାବନା ନାହିଁ । ସ୍ଥିତି, ସମୟ ଓ ସଂକ୍ରମଣର ପରିସ୍ଥିତିକୁ ଅନୁଧ୍ୟାନ କରି ଅନଲକର ନିଷ୍ପତ୍ତି ନିଆଯିବ । ବିଶେଷଜ୍ଞ କମିଟି ଟିମ ଯାହା କହିବ ସେହି ଭାବରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ତେବେ ସମସ୍ତ ନିଷ୍ପତ୍ତି ସ୍ଥାୟୀ ନୁହେଁ । ରାଜ୍ୟରେ ସଂକ୍ରମଣର ସ୍ଥିତି ସ୍ଥିର ରହିଛି । ଗତ କିଛି ଦିନ ହେଲା 1600ରୁ 1700 ମଧ୍ୟରେ ସଂକ୍ରମଣ ରହୁଛି ।