ପୁଣି ବରମୁଣ୍ଡା ବ୍ରିଜ ତଳୁ ଅଜଣା ମୃତଦେହ ଉଦ୍ଧାର - dead body found from death zone

11:07 October 25
ପୁଣି ବରମୁଣ୍ଡା ବ୍ରିଜ ତଳୁ ଅଜଣା ମୃତଦେହ ଉଦ୍ଧାର
ଭୁବନେଶ୍ବର: ପୁଣି ବରମୁଣ୍ଡା ବ୍ରିଜ ତଳୁ ଅଜଣା ମୃତଦେହ ଉଦ୍ଧାର । କ୍ଷତାକ୍ତ ଅବସ୍ଥାରେ ମୃତଦେହକୁ ଜବତ କରିଛି ଖଣ୍ଡିଗିରି ଥାନା ପୋଲିସ । ମୃତକର ପରିଚୟ ମିଳିପାରିନଥିବାବେଳେ ଘଟଣାସ୍ଥଳରୁ କଳା ରଙ୍ଗର ହଣ୍ଡା ୟୁନିକର୍ଣ୍ଣ ବାଇକ ଜବତ ହୋଇଛି । ଗାଡିର ନମ୍ବର OD02Q 2965 ରହିଛି । ତେବେ ଏହା ହତ୍ୟା ନା ଦୁର୍ଘଟଣା ସେନେଇ ତଦନ୍ତ କରୁଛି ପୋଲିସ ।
ସେପଟେ, ପାରିପାର୍ଶିକ ସ୍ଥିତିକୁ ନେଇ ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି । ପୂର୍ବତନ ଆଇଆଇସି ଥିବା ସମୟରେ ଏହି ଅଞ୍ଚଳକୁ ଏକ କଟା ଗୋଡ ମିଳିଥିଲା। ଆଜିର ଏହି ଘଟଣା ପରେ ପୋଲିସ ଏହି ଅଞ୍ଚଳକୁ ଡେଥ ଜୋନ ସନ୍ଦେହ କରୁଥିବା ଜଣାପଡିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ