ଭୁବନେଶ୍ବର :ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ ଶିକ୍ଷାରେ ସଂସ୍କାର ଆଣିବା ପାଇଁ ଏକ ସଂଶୋଧନ ବିଧେୟକ ଅଣାଯାଇଥିଲା । ଯାହାକି ମଙ୍ଗଳବାର ବିଧାନସଭାରେ ଗୃହୀତ ହୋଇ ଆଇନରେ ପରିଣତ ହୋଇଛି। ତେବେ ଏହି ଆଇନକୁ ବିରୋଧ କରି AIDSO ପକ୍ଷରୁ ପ୍ରଦର୍ଶନ କରାଯିବା ସହ ଏହାର ପ୍ରତିଲିପିକୁ ପୋଡାଯାଇଛି।
ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ - ବିଶ୍ବବିଦ୍ୟାଳୟ ସଂଶୋଧନ ବିଧେୟକ
ବିଶ୍ବବିଦ୍ୟାଳୟ ସଂଶୋଧନ ବିଧେୟକକୁ ବିରୋଧ କରି ରାଜଧାନୀରେ AIDSO ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...
ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ
ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଆୟୋଜିତ ଏକ ବିକ୍ଷୋଭ ସମାବେଶରେ ଏହି ଆଇନ ଦ୍ବାରା ସରକାର କିଭଳି ଭାବେ ଶିକ୍ଷାକ୍ଷେତ୍ରରେ ରାଜନୀତିକୁ ପ୍ରବେଶ କରୁଛନ୍ତି । ଏହାର ମାନ ହ୍ରାସ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ଅନୁଷ୍ଠାନର ସମ୍ପାଦକ ସୁବାଷ ନାୟକ । ଏହି ବିଧେୟକକୁ ପ୍ରଥମ ଦିନରୁ ବିରୋଧ କରାଯାଉଛି ଓ ଆଗାମୀ ଦିନରେ ଏହାକୁ ନେଇ ବ୍ୟାପକ ଆନ୍ଦୋଳନ ହେବ ବୋଲି ସେ ସରକାରକୁ ସତର୍କ କରାଇ ଦେଇଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ