ଓଡିଶା

odisha

ETV Bharat / city

ଛାତ୍ର କଂଗ୍ରେସର ଅଭିନବ ପ୍ରତିବାଦ: ମୁଖ୍ୟମନ୍ତ୍ରୀଙ୍କୁ ଫୁଲ ତୋଡାଦେବାକୁ ଯାଇ ଗିରଫ - ନାରୀ ନିର୍ଯାତନା

ନାରୀ ନିର୍ଯାତନାକୁ ନେଇ ଛାତ୍ର କଂଗ୍ରେସର ଅଭିନବ ପ୍ରତିବାଦ । ଟମାଟୋ ଅଣ୍ତା ମାଡ ନକରି ଫୁଲ ତୋଡା ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିବାକୁ ଉଦ୍ୟମ । ଆଗକୁ ପଢନ୍ତୁ...

unique protest
ଛାତ୍ର କଂଗ୍ରେସର ଅଭିନବ ପ୍ରତିବାଦ

By

Published : Dec 7, 2019, 2:13 PM IST


ଭୁବନେଶ୍ବର: ରାଜ୍ୟରେ ନାରୀ ନିର୍ଯାତନାକୁ ନେଇ ନିଆରା ଢଙ୍ଗରେ ଛାତ୍ର କଂଗ୍ରେସର ପ୍ରତିବାଦ। ଅଣ୍ଡାମାଡ଼ ଆଉ ଟମାଟୋ ମାଡ଼ ଛାଡି ଏବେ ଫୁଲତୋଡା ଦେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବା ପାଇଁ ଯାଇଥିଲେ । ଫୁଲତୋଡା ଦେଇ ଇସ୍ତଫା ଦାବି କରିଛି ଦଳ। ହେଲେ ଛାତ୍ର କଂଗ୍ରେସର ପ୍ରତିନିଧି ଦଳଙ୍କୁ ପୋଲିସ ପିଏମଜି ଛକରେ ଅଟକାଇବା ସହ ଗିରଫ କରିଛି।


ରାଜ୍ୟରେ ବୃଦ୍ଧି ନାରୀ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ସରକାର ‘5ଟି’ ଓ ‘ମୋ ସରକାର’ ନାଁରେ କେବଳ ଲୋକଙ୍କୁ ଭକୁଆ ବନାଉଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ। ଦିନକୁ ଦିନ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିଗିଡିବାରେ ଲାଗିଥିବାବେଳେ ନାରୀ ବଳାତ୍କାର ଓ ହତ୍ୟାର ଶିକାର ହେଉଛନ୍ତି। ଅନେକ ସମୟରେ ଏଥିରେ ସରକାରୀ ଦଳର ନେତା ମନ୍ତ୍ରୀ ସାମିଲ ଥିବା ବେଳେ ଅନେକ ଘଟଣାରେ ପୋଲିସର ସମ୍ପୃକ୍ତି ଘଟଣା ସାମ୍ନାକୁ ଆସିଛି।

ସେ ପିପିଲି ହେଉ କି କୁନ୍ଦୁଲି ଅଥବା ଯାଜପୁର ହେଉ କି ସଦ୍ୟ ଘଟିଥିବା ପୁରୀ ଘଟଣା ହେଉ। ସରକାରଙ୍କୁ ଏଭଳି ଘଟଣାରେ ବିରୋଧ କରି ଅଣ୍ଡାମାଡ଼ ଆଉ ଟମାଟୋ ମାଡ଼ କରି କୌଣସି ଫଳ ନମିଳିବାରୁ ଫୁଲ ତୋଡା ଦେଇ ଏହାର ସମାଧାନ କରିବାକୁ ଛାତ୍ର କଂଗ୍ରେସ ଦାବି କରିଛି। ଆଜି ବିଭିନ୍ନ ଘଟଣାର ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ସେମାନଙ୍କ ଫଟୋ ସହ ଫୁଲ ତୋଡା ଧରି ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବାକୁ ଯାଉଥିବା ଛାତ୍ର କଂଗ୍ରେସର ପ୍ରତିନିଧି ଦଳଙ୍କୁ ପୋଲିସ ପିଏମଜି ଛକରେ ଅଟକାଇବା ସହିତ ଗିରଫ କରିଥିଲା ।

ଛାତ୍ର କଂଗ୍ରେସର ଅଭିନବ ପ୍ରତିବାଦ

ଏନେଇ ଛାତ୍ର କଂଗ୍ରେସର ନେତା ଆଦିତ୍ୟ ପ୍ରୀତମ ଦାସ କହିଛନ୍ତି କି ବିରୋଧ କରି ସରକାର କୌଣସି ପଦକ୍ଷେପ ନ ଗ୍ରହଣ କରିବାରୁ ଏଥର ଏହି ଉପାୟ କରିଥିଲୁ। ହେଲେ ତାଙ୍କୁ ବାଟରୁ ଅଟକାଇ ଗିରଫ କରାଯାଇଛି। ସରକାର ଯଦି ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ଆଗାମୀ ଦିନରେ ଅଣ୍ଡାମାଡ଼ ଠାରୁ କଠୋର ବିରୋଧ କରାଯିବ।


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details