ଭୁବନେଶ୍ବର:ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରେଳବାଇ ପୁରସ୍କାର ବିତରଣ ଉତ୍ସବ-୨୦୨୨ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରେଳବାଇରେ ଉଲ୍ଲେଖନୀୟ ସେବା ପାଇଁ ମୋଟାମୋଟି ଭାବରେ ବିଭିନ୍ନ ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ରେଳବାଇର ପିଏସୟୁ ଗୁଡିକର ୧୫୫ ଜଣ ରେଳବାଇ କର୍ମଚାରୀ ମାନଙ୍କୁ ପୁରସ୍କୃତ କରାଯିବାକୁ ଥିବା ବେଳେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ପାଇଁ ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ରେଳବାଇ ପିଏସୟୁ ଗୁଡିକୁ ସର୍ବମୋଟ ୨୧ଟି ସିଲ୍ଡ ପୁରସ୍କୃତ କରାଯିବ।
ଭୁବନେଶ୍ୱରରେ ପହଞ୍ଚିଲେ ଅଶ୍ୱିନୀ ବୈଷ୍ଣବ, ରେଳବାଇ ପୁରସ୍କାର ବିତରଣ ଉତ୍ସବରେ ଦେବେ ଯୋଗ - ଭୁବନେଶ୍ବରରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରେଳବାଇ ପୁରସ୍କାର ବିତରଣ ଉତ୍ସବ-୨୦୨୨ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ
ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ରେଳ ମନ୍ତ୍ରୀ, ରେଳବାଇ ପୁରସ୍କାର ବିତରଣ ଉତ୍ସବ ୨୦୨୨ରେ ଯୋଗ ଦେବେ
ରେଳବାଇ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ରେଳବାଇ ବୋର୍ଡର ସମସ୍ତ ସଦସ୍ୟ, ସମସ୍ତ ଜୋନାଲ ରେଳବାଇର ମହାପ୍ରବନ୍ଧକ ମାନେ, ରେଳବାଇର ଉତ୍ପାଦନ ୟୁନିଟ୍ ଗୁଡିକର ମହାପ୍ରବନ୍ଧକ ଏବଂ ରେଳବାଇର ପିଏସୟୁ ଗୁଡିକର ମୁଖ୍ୟ ମାନଙ୍କ ପରି ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ରହିବେ ।
ଇଟିଭି ଭାରତ, ଭୁବନେଶ୍ବର