ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି, ସେବାୟତଙ୍କ ପାଇଁ ପ୍ୟାକେଜ ଘୋଷଣା କରିବାକୁ ଦାବି - package for sevayat

ଲକଡାଉନ ଯୋଗୁଁ ଅନେକ କ୍ଷତି ସହିଛନ୍ତି ରାଜ୍ୟର ସବୁ ମନ୍ଦିର ପୂଜକ ଓ ସେବାୟତ । ତେଣୁ ଏମାନଙ୍କ ଲାଗି ପ୍ୟାକେଜ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

union ministers
ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି, ସେବାୟତଙ୍କ ପାଇଁ ପ୍ୟାକେଜ ଘୋଷଣା କରିବାକୁ ଦାବି

By

Published : Apr 5, 2020, 12:41 PM IST

ଭୁବନେଶ୍ବର: ଲକଡାଉନ ଯୋଗୁଁ ଅନେକ କ୍ଷତି ସହିଛନ୍ତି ରାଜ୍ୟର ସବୁ ମନ୍ଦିର ପୂଜକ ଓ ସେବାୟତ । ତେଣୁ ଏମାନଙ୍କ ଲାଗି ପ୍ୟାକେଜ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି, ସେବାୟତଙ୍କ ପାଇଁ ପ୍ୟାକେଜ ଘୋଷଣା କରିବାକୁ ଦାବି

ପୁରୀ ଜଗନ୍ନାଥ ମନ୍ଦିର, ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର, କାକଟପୁର ମଙ୍ଗଳା ମନ୍ଦିର, ଯାଜପୁରର ବିରଜା, ବାଲେଶ୍ଵର କ୍ଷୀରଚୋରା ଗୋପୀନାଥ, ଜଗତସିଂହପୁର ସାରଳା ମନ୍ଦିର, ଘଟଗାଁ ତାରିଣୀ ମନ୍ଦିର ଭଳି ଅନେକ ମନ୍ଦିର ରହିଛି ଯେଉଁଠାରେ ସେବାୟତ ହାତ ବାନ୍ଧି ବସିଛନ୍ତି । ଭକ୍ତଙ୍କ ଦାନରେ ପରିବାର ପୋଷୁଥିବା ଏହି ସେବାୟତ ପରିବାର ଏବେ ଚିନ୍ତାରେ । ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ପ୍ୟାକେଜ ଘୋଷଣା କରିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ହିନ୍ଦୁ ଦେବୋତ୍ତର କମିଶନଙ୍କୁ ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦିଅନ୍ତୁ । ସେମାନେ ଏହାକୁ ନେଇ ବିଚାର କରିବେ । ସେବାୟତ ଚିହ୍ନଟ କରି ସେମାନଙ୍କୁ ଆର୍ଥିକ ସହାୟତା ଦେବାକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details