ଓଡିଶା

odisha

ETV Bharat / city

ଭୁବନେଶ୍ବରରେ ପହଞ୍ଚିଲେ ଆଉ ଦୁଇ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଓ ନିଶିଥ ପାରମାଣିକ । ଅଧିକ ପଢନ୍ତୁ

ଭୁବନେଶ୍ବରରେ ପହଞ୍ଚିଲେ ଆଉ ଦୁଇ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ବରରେ ପହଞ୍ଚିଲେ ଆଉ ଦୁଇ କେନ୍ଦ୍ରମନ୍ତ୍ରୀ

By

Published : Sep 10, 2022, 11:25 AM IST

Updated : Sep 10, 2022, 11:54 AM IST

ଭୁବନେଶ୍ବର:୨୦୧୪ ଲୋକସଭା ନିର୍ବାଚନ ପାଇଁ ପାଗ ଭିଡୁଛି BJP । ସଂଗଠନକୁ ମଜବୁତ କରିବାକୁ ଦଳ ଆପ୍ରାଣ ଉଦ୍ୟମ କରୁଥିବାବେଳେ ଆଜି(ଶନିବାର) ଭୁବନେଶ୍ବରରେ ପହଞ୍ଚିଛନ୍ତି ଆଉ ଦୁଇ କେନ୍ଦ୍ରମନ୍ତ୍ରୀ । ଆଜି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ(Bhupender Yadav) ଏବଂ କେନ୍ଦ୍ର ଯୁବ ବ୍ୟପାର ରାଷ୍ଟ୍ରମନ୍ତ୍ରୀ ନିଶିତ ପରାମାଣିକ(Nisith Paramanik) ଭୁବନେଶ୍ବରେ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ଭୂପେନ୍ଦ୍ର ଯାଦବଙ୍କୁ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ପରମାଣିକଙ୍କୁ ବିଜେପି ସାଧାରଣ ସମ୍ପାଦିକ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ଅନ୍ୟ ବିଜେପି ନେତାମାନେ ସ୍ବାଗତ ଜଣାଇଛନ୍ତି । ସେଠାରୁ ଦୁଇ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରାପଡା ଅଭିମୁଖେ ଯାତ୍ରା କରିଛନ୍ତି ।

ଆଜି ଦୁଇ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରାପଡାରେ ଦଳୀୟ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କିଭଳି ରୂପାୟନ ହେଉଛି ତାହା ଅନୁଧ୍ୟାନ କରିବେ। ମନ୍ତ୍ରୀ ସିଧାସଳଖ ହିତାଧିକାରୀଙ୍କ ସହ କଥା କରିବେ । ସେହିଭଳି ଗତକାଲି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବିଶେଶ୍ବର ଟୁଡୁ, ନିତ୍ୟାନନ୍ଦ ରାୟ ଓ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ସମେତ ୫ ଜଣ କେନ୍ଦ୍ରମନ୍ତ୍ରୀ ଏକାଦିନେ ଓଡିଶା ଗସ୍ତରେ ଆସିଛନ୍ତି ।

ଏହାମଧ୍ୟ ପଢନ୍ତୁ:କେନ୍ଦ୍ରମନ୍ତ୍ରୀଙ୍କ ଓଡିଶା ଗସ୍ତ, କରିବେ ସଂଗଠନର ସମୀକ୍ଷା

ଆସନ୍ତା ୨୯ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡିଶା ଗସ୍ତର କାର୍ଯ୍ୟକ୍ରମ ରହିଛି । କିନ୍ତୁ ନଡ୍ଡାଙ୍କ ଗସ୍ତ ପୂର୍ବରୁ ୭ ଜଣେ କେନ୍ଦ୍ରମନ୍ତ୍ରୀ ଏବେ ଓଡିଶାରେ ପହଞ୍ଚିଛନ୍ତି । ଏହାକୁ ନେଇ ଓଡିଶା ରାଜନୀତି ସରଗରମ୍ ରହିଛି । ତେବେ ଗତମାସରେ ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଓଡିଶା ଆସିଥିଲେ । ପରେ ନୂଆ ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ମଧ୍ୟ ରାଜ୍ୟରେ ପହଞ୍ଚିଥିଲେ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରର ବିଭିନ୍ନ ବିଭାଗର ମନ୍ତ୍ରୀମାନେ ବାରମ୍ବାର ଓଡିଶା ଗସ୍ତରେ ଆସୁଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କ ପାଇଁ ବିଭିନ୍ନ ଯୋଜନାରେ ଅର୍ଥ ମଞ୍ଜୁର କରାଯାଉଛି । ହେଲେ ମଞ୍ଜୁର କରାଯାଉଥିବା ଅର୍ଥ ହିତାଧିକାରୀଙ୍କ ପାଖରେ କେତେ ମାତ୍ରାରେ ପହଁଞ୍ଚିଛି ତାର ସମୀକ୍ଷା କରିବେ କେନ୍ଦ୍ରମନ୍ତ୍ରୀ । ଯଦି କେହି ଯୋଗ୍ୟ ହିତାଧିକାରୀ ସେଥିରୁ ବଞ୍ଚିତ ହେଉଛନ୍ତି ତେବେ କାହିଁକି ଯୋଜନା ତାଙ୍କ ପାଖରେ ପହଁଞ୍ଚି ପାରୁନି ସେ ନେଇ ସରକାରୀ ସ୍ତରରେ ଆଲୋଚନା କରିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 10, 2022, 11:54 AM IST

ABOUT THE AUTHOR

...view details