ଭୁବନେଶ୍ବର: ସାରା ଦେଶରେ କୃଷକ ଆନ୍ଦୋଳନ ତୀବ୍ର ହେଉଥିବାବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।
ଚାଷୀଙ୍କ ଆନ୍ଦୋଳନ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ପ୍ରତିକ୍ରିୟା । ପ୍ରକୃତ ଚାଷୀ ଏହି ଆନ୍ଦୋଳନ କରୁନାହାଁନ୍ତି । ଦଳେ ଲୋକ ଚାଷୀମାନଙ୍କୁ ଉସକାଇ ଏଭଳି କରାଉଛନ୍ତି । ଏହାର କୌଣସି ଆଧାର ନାହିଁ । ଚାଷୀ ଆନ୍ଦୋଳନ ପଛରେ ଦେଶ ବିରୋଧୀ ଶକ୍ତିର ହାତ ରହିଥିବା କହିଛନ୍ତି ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ପ୍ରତିକ୍ରିୟା ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚାଷୀଙ୍କ ହିତ ପାଇଁ ଏହି ବିଲ କରାଯାଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ଓ ମଣ୍ଡିର ବ୍ୟବସ୍ଥା ରହିଛି । ଚାଷୀଙ୍କୁ ସ୍ଵାଧୀନତା ଦିଆଯାଇଛି । ଭାରତବର୍ଷରେ ସବୁ ଚାଷୀ ଆନ୍ଦୋଳନ କରୁନାହାନ୍ତି । କେବଳ ଦଲାଲି କରୁଥିବା ଲୋକ ହିଁ ବିରୋଧ କରୁଛନ୍ତି। ସରକାର ଏହି ବିଲକୁ ପ୍ରତ୍ୟାହୃତ କରି ନେବାର ପ୍ରଶ୍ନ ଉଠୁନାହିଁ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ