ଓଡିଶା

odisha

ETV Bharat / city

ଅକ୍ସିଜେନ ପ୍ଲାଣ୍ଟ ପାଇଁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଚିଠି ଲେଖିଲେ ପ୍ରତାପ ଷଡଙ୍ଗୀ - କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ରାଜ୍ୟର ପିଏସଏ ଅକ୍ସିଜେନ ପ୍ଲାଣ୍ଟର ନିର୍ମାଣକୁ ନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଚିଠି ଲେଖିଲେ ପ୍ରତାପ ଷଡଙ୍ଗୀ । ପିଏମ କେୟାର ଫଣ୍ଡରେ ରାଜ୍ୟରେ 19ଟି ପିଏସଏ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି । ଅଧିକ ପଢନ୍ତୁ...

Union minister Pratap sarangi letter to PMO mininister Jitendra singh
ଅକ୍ସିଜେନ ପ୍ଲାଣ୍ଟ ପାଇଁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଙ୍କୁ ଚିଠି ଲେଖିଲେ ପ୍ରତାପ ଷଡଙ୍ଗୀ

By

Published : May 17, 2021, 7:43 PM IST

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଚିଠି ଲେଖିଲେ ପ୍ରତାପ ଷଡଙ୍ଗୀ । ରାଜ୍ୟର ପିଏସଏ ଅକ୍ସିଜେନ ପ୍ଲାଣ୍ଟର ନିର୍ମାଣକୁ ନେଇ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ପିଏମ କେୟାର ଫଣ୍ଡରେ ରାଜ୍ୟରେ 19ଟି ପିଏସଏ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି ।

ଅକ୍ସିଜେନ ପ୍ଲାଣ୍ଟ ପାଇଁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଙ୍କୁ ଚିଠି ଲେଖିଲେ ପ୍ରତାପ ଷଡଙ୍ଗୀ

କୋରୋନା ମୁକାବିଲାରେ ସବୁଠୁ ବଡ ଅସ୍ତ୍ର ହେଉଛି ଅମ୍ଲଜାନ । ଅମ୍ଲଜାନ ଅଭାବରୁ ଦେଶରେ ହଜାର ହଜାର କୋରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହି ପରିପ୍ରେକ୍ଷୀରେ ସାରା ଦେଶରେ ଅମ୍ଲଜାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଅମ୍ଲଜାନ ପ୍ଲାଣ୍ଟ ସ୍ଥାପନ କରୁଛନ୍ତି । ଏହି ପରିପ୍ରେକ୍ଷୀର ଓଡିଶାର ମଧ୍ୟ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ପାଇଁ ରାଜ୍ୟ ସରକାର ପିଏମକେୟାର ଫଣ୍ଡରୁ ଅର୍ଥ ପ୍ରଦାନ ପାଇଁ ପ୍ରସ୍ତାବ ଦେଇଥିଲେ । ଏଥିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ମନ୍ତ୍ରୀ ଜିତେନ୍ଦ୍ର ସିଂ ଙ୍କୁ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଚିଠି ଲେଖିଛନ୍ତି । ରାଜ୍ୟରେ ତୁରନ୍ତ ଅକ୍ସିଜେନ ପ୍ଲାଣ୍ଟ ପ୍ରସ୍ତୁତି ହେଲେ ଉପଯୁକ୍ତ ସମୟରେ କୋରୋନା ରୋଗୀ ସହାୟତା ପାଇପାରିବ ।

ଅକ୍ସିଜେନ ପ୍ଲାଣ୍ଟ ପାଇଁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଙ୍କୁ ଚିଠି ଲେଖିଲେ ପ୍ରତାପ ଷଡଙ୍ଗୀ

ରାଜ୍ୟରେ ଅତିରିକ୍ତ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ । ବାଲେଶ୍ବର 2, ବଲାଙ୍ଗୀର 2, କଟକ 1, ଦେଓଗଡ 1, ଢେଙ୍କାନାଳ 1, ଗଞ୍ଜାମ 2, ଜଗତସିଂହପୁର 1, କେନ୍ଦ୍ରାପଡା 1, ଖୋର୍ଦ୍ଧା 1,କୋରାପୁଟ 1, ମୟୂରଭଞ୍ଜ 2, ପୁରୀ 1, ରାୟଗଡା 1 ସମ୍ବଲପୁର 1, ସୋନପୁରରେ 1ଟି ନିର୍ମାଣ କରିବା ପାଇଁ ସ୍ଥାନ ଚିହ୍ନଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details