ଓଡିଶା

odisha

ETV Bharat / city

ଭୁବନେଶ୍ବର ଏମ୍ସର କଳେବର ବୃଦ୍ଧି ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତାପ ଷଡଙ୍ଗୀ - ଏମ୍ସ ଭୁବନେଶ୍ବର ଖବର

ଏମ୍ସ ଭୁବନେଶ୍ବରରେ ବଢ଼ିବାରେ ଲାଗିଛି ରୋଗୀଙ୍କ ସଂଖ୍ୟା । ତେଣୁ ଏହାର କଳେବର ବଢ଼ିବାର ଆବଶ୍ୟକତା ରହିଛି । ତେଣୁ ତୁରନ୍ତ ଏମ୍ସ ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଫଣ୍ଡର ବ୍ୟବସ୍ଥା କରାଯାଉ । ଏଥିସହ ଅଧିକ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ନିଯୁକ୍ତି ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଅଧିକ ପଢନ୍ତୁ...

union minister Pratap Sadangi meet  Union Health Minister
ଏମ୍ସ ଭୁବନେଶ୍ୱରର କଳେବର ବୃଦ୍ଧି ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତାପ ଷଡଙ୍ଗୀ

By

Published : Mar 24, 2021, 7:42 AM IST

ଭୁବନେଶ୍ବର: ପୂର୍ବ ଭାରତର ପ୍ରମୁଖ ସ୍ବାସ୍ଥ୍ୟ ଅନୁଷ୍ଠାନ ଭିତରୁ ଏମ୍ସ ଭୁବନେଶ୍ବର ହେଉଛି ଅନ୍ୟତମ । ଏମ୍ସ ଭୁବନେଶ୍ବରରେ ବଢ଼ିବାରେ ଲାଗିଛି ରୋଗୀଙ୍କ ସଂଖ୍ୟା । ତେଣୁ ଏହାର କଳେବର ବଢ଼ିବାର ଆବଶ୍ୟକତା ରହିଛି । ତେଣୁ ତୁରନ୍ତ ଏମ୍ସ ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଫଣ୍ଡର ବ୍ୟବସ୍ଥା କରାଯାଉ । ଏଥି ସହ ଅଧିକ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ନିଯୁକ୍ତି ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।

ଏମ୍ସ ଭୁବନେଶ୍ବରରେ ରୋଗୀଙ୍କ ସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି । ବର୍ତ୍ତମାନ ଏଠାରେ ଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଏବଂ ରୋଗୀଙ୍କ ଅନୁପାତ ଢେର ଅଧିକ ରହୁଛି । ସ୍ବାସ୍ଥ୍ୟସେବା ଭିତ୍ତିଭୂମି ତଥା ସୁବିଧା ଓ ଡାକ୍ତରଙ୍କ ଉପରେ ଅତ୍ୟଧିକ ଚାପ ସୃଷ୍ଟି ହେଉଛି । ଯାହା ଫଳରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି ହେଉଛି । ସେହିପରି ଭୁବନେଶ୍ବର ଏମ୍ସରେ ଅଧ୍ୟାପକ ଏବଂ ଅଧ୍ୟାପିକା ନିଯୁକ୍ତିରେ ସମସ୍ୟା ରହିଛି । ପ୍ରସ୍ତାବିତ ଅତିରିକ୍ତ ପଦବୀ ସୃଷ୍ଟି ପାଇଁ ନିଷ୍ପତ୍ତି ବିଚାରାଧୀନ ରହିଛି । ବହୁ ସଂଖ୍ୟକ ଖାଲି ପଦବୀ ଉପଲବ୍ଧ ଥିଲେ ମଧ୍ୟ ଅଧ୍ୟାପକ ଏବଂ ଅଣ-ଅଧ୍ୟାପିକା ପଦବୀ ନିଯୁକ୍ତିରେ ତୀବ୍ର ଅଭାବର ସମ୍ମୁଖୀନ ହେଉଛି । ମହାମାରୀ ସମୟରେ ଅଧ୍ୟାପକ, କର୍ମଚାରୀଙ୍କ ସଙ୍କଟ କାରଣରୁ ଓପିଡି ସମେତ ଡାକ୍ତରଖାନାରେ ଗୁରୁତ୍ବପୂର୍ଣ୍ଣ ବିଭାଗକୁ ବନ୍ଦ କରିବାକୁ ପଡୁଥିଲା ।

ବିଭିନ୍ନ ବିଭାଗରେ ସୁପର ସ୍ପେଶିଆଲିଟି ଡାକ୍ତରଙ୍କ ଅଭାବ ଓ ଆବଶ୍ୟକୀୟ ଚିକିତ୍ସା ଭିତ୍ତିଭୂମି ଏବଂ ସୁବିଧା ଅଭାବରୁ ରୋଗୀମାନେ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରିବାକୁ ବାଧ୍ୟ ହେଉଛନ୍ତି । ଯାହା ବ୍ୟୟବହୁଳ ଅଟେ । ଅନେକ ରୋଗୀ ଏମ୍ସ ଦିଲ୍ଲୀ ସମେତ ରାଜ୍ୟ ବାହାରେ ଚିକିତ୍ସା କରିବାକୁ ବାଧ୍ୟ ହେଉଛନ୍ତି । ଏହା ସହ ଏମ୍ସ ଭୁବନେଶ୍ବରର ଏକ ସାଟେଲାଇଟ୍ ସେଣ୍ଟର ବାଲେଶ୍ଵରରେ ରହିଛି । ଯେଉଁଠି ଆବଶ୍ୟକ ଅର୍ଥର ଅଭାବ, ମୌଳିକ ଭିତ୍ତିଭୂମି ତଥା ସୁବିଧା ଅଭାବ ଏବଂ ଅଧ୍ୟାପିକା ଏବଂ ଷ୍ଟାଫ୍ ଅଭାବରୁ ଅସୁବିଧା ଭୋଗୁଛି ।

ତେଣୁ ଏମ୍ସ ଭୁବନେଶ୍ବର ଓ ବାଲେଶ୍ଵର ସାଟେଲାଇଟ୍ ସେଣ୍ଟରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିବାକୁ ପ୍ରତାପ ଦାବି କରିଛନ୍ତି । ଏମ୍ସ ଭୁବନେଶ୍ବର ପାଇଁ ଅତିରିକ୍ତ ଅଧ୍ୟାପକ ଏବଂ ଅନ୍ୟ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରନ୍ତୁ । ଯାହା ଦ୍ବାରା ଓଡ଼ିଶା ସମେତ ପୂର୍ବ ଭାରତର ରୋଗୀ ଉନ୍ନତ ସେବା ପାଇପାରିବେ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details