ଭୁବନେଶ୍ବର: ମହାନଦୀ ଅବବାହିକା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ତୈଳ ଓ ଗ୍ୟାସର କରାଯିବ ଅନୁସନ୍ଧାନ । ଏନେଇ ଗତ ଶୁକ୍ରବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ମନ୍ତ୍ରୀ ଅଏଲ ଇଣ୍ଡିଆ ଲିମିଟେଡର ସେସମିକ୍ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରେନ୍ସି ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । 5 ବ୍ଲକର 8 ଜିଲ୍ଲାରେ ସର୍ବେକ୍ଷଣ କରାଯିବ ।
ଧର୍ମେନ୍ଦ୍ରଙ୍କ ଅନୁସାରେ, ଭାରତ ସରକାରଙ୍କ ତୈଳ କମ୍ପାନୀ ଅଲଏ ଇଣ୍ଡିଆ ଲିମିଟେଡ ମହାନଦୀ ଅବବାହିକାରେ ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା , ଯାଜପୁର, ଭଦ୍ରକ ଓ ବାଲେଶ୍ବରରେ କରାଯିବ ସେସମିକ ସର୍ଭେ । ଏଥିପାଇଁ 220 କୋଟି ଟଙ୍କା ସମେତ 1248 କୋଟି ଟଙ୍କା ନିବେଶରେ ବ୍ୟାପକ ଅନ୍ବେଷଣ ଡ୍ରିଲି୍ଂ ଅଭିଯାନକୁ ଅଗ୍ରସର କରାଯିବ ।