ଓଡିଶା

odisha

ETV Bharat / city

ଯୋଗର ପ୍ରାଣକେନ୍ଦ୍ର ହେବ ଶିବାନନ୍ଦ ଶତବାର୍ଷିକୀ ଉଚ୍ଚ ବିଦ୍ୟାଳୟ: ଧର୍ମେନ୍ଦ୍ର ପ୍ରଧାନ

ଖଣ୍ଡଗିରି ସ୍ଥିତ ଶିବାନନ୍ଦ ଶତବାର୍ଷିକୀ ଉଚ୍ଚ ବିଦ୍ୟାଳୟ ଶିକ୍ଷାନୁଷ୍ଠାନର ଶ୍ରେଣୀଗୃହ ଓ ହଷ୍ଟେଲକୁ ଉଦ୍‌ଘାଟନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶିକ୍ଷାନୁଷ୍ଠାନ ଯୋଗ, ଆଧ୍ୟାତ୍ମିକତା ଓ ଆଧୁନିକତାର ପ୍ରାଣ କେନ୍ଦ୍ର ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

By

Published : Sep 6, 2019, 5:13 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ସାଢେ ଚାରି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ଶିବାନନ୍ଦ ଶତବାର୍ଷିକୀ ଉଚ୍ଚ ବିଦ୍ୟାଳୟ ଶିକ୍ଷାନୁଷ୍ଠାନର ଶ୍ରେଣୀ ଗୃହ ଓ ହଷ୍ଟେଲକୁ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଶିକ୍ଷାନୁଷ୍ଠାନ ଯୋଗ, ଆଧ୍ୟାତ୍ମିକତା ଓ ଆଧୁନିକତାର ପ୍ରାଣ କେନ୍ଦ୍ର ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହି ଅବସରରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଯୋଗ ଦେଇଥିଲେ।

240 ଶଯ୍ୟା ବିଶିଷ୍ଟ ଆବାସିକ ବାଳକ ବିଦ୍ୟାଳୟରେ କିଭଳି ଛାତ୍ରଛାତ୍ରୀ ଆରମରେ ରହି ପାରିବେ ସେ ନେଇ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି। ଭାରତ ସରକାରଙ୍କ ଓଏନଜିସି ଏହାକୁ ହାତକୁ ନେଇ କାମ କରୁଥିବା ବେଳେ ଶୁକ୍ରବାର ଏହାର ଶୁଭ ଉଦଘାଟନ ହୋଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏକାଦଶ ପାଇଁ 12ଟି ଓ ଦ୍ୱାଦଶ ପାଇଁ 12ଟି ହଷ୍ଟେଲ ଗୃହ ନିର୍ମାଣ କରାଯାଇଛି । ଆଗରୁ କେବକ ଷଷ୍ଠ ଶେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଏହି ପାଠ ପଢ଼ୁଥିବା ବେଳେ ଏବେ +2 ପାଠ ପଢ଼ିବାର ସୁଯୋଗ ମଧ୍ୟ ପାଇବେ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details