ଓଡିଶା

odisha

ETV Bharat / city

Bhubaneswar to Dubai Direct Flight; ଚିଠି ଲେଖି ଦାବି କଲେ ଧର୍ମେନ୍ଦ୍ର - Union Minister Dharmendra Pradhan wrote a letter for direct flights from Bhubaneswar to Dubai

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖି , ଭୁବନେଶ୍ବରରୁ ଦୁବାଇ (Bhubaneswar to Dubai direct flights) କୁ ପ୍ରତିଦିନ ସିଧା ସଳଖ ବିମାନ ସେବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Bhubaneswar to Dubai Direct Fligh ଚିଠି ଲେଖି  ଦାବି କଲେ ଧର୍ମେନ୍ଦ୍ର
Bhubaneswar to Dubai Direct Fligh ଚିଠି ଲେଖି ଦାବି କଲେ ଧର୍ମେନ୍ଦ୍ର

By

Published : Nov 25, 2021, 7:22 PM IST

ଭୁବନେଶ୍ବର: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ (Civil Aviation Minister Jyotiraditya Scindia) ଙ୍କୁ ଚିଠି ଲେଖି , ଭୁବନେଶ୍ବରରୁ ଦୁବାଇ (Bhubaneswar to Dubai direct flights) କୁ ପ୍ରତିଦିନ ସିଧା ସଳଖ ବିମାନ ସେବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) ।

ଭୁବନେଶ୍ଵରରୁ ଦୁବାଇକୁ ବିମାନ ଚଳାଚଳ ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଛି । ସିଧାସଳଖ ବିମାନସେବା ଦ୍ଵାରା ଓଡିଆ ଲୋକଙ୍କ ପାଇଁ ଅନ୍ତରାଷ୍ଟ୍ରୀୟ ଯାତାୟାତାର ଦ୍ଵାର ଫିଟିବ । ପୂର୍ବ ଭାରତର ବିକାଶର ସମ୍ଭାବନା ଆହୁରି ଶକ୍ତିଶାଳୀ ହେବ । ଦୁଇ ସହର ମଧ୍ୟରେ ବ୍ୟବସାୟ ଦ୍ବାରା ରାଜ୍ୟର ଅର୍ଥନୀତି ଗତିଶୀଳ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Bhubaneswar to Dubai Direct Flight; ଚିଠି ଲେଖି ଦାବି କଲେ ଧର୍ମେନ୍ଦ୍ର

ଏହାସହ ବିଶ୍ଵର କୋଣ ଅନୁକୋଣରେ ବସବାସ କରୁଥିବା ଓଡିଆ ଲୋକ ମାନେ ନିଜ ରାଜ୍ୟକୁ ଆସିବା ପାଇଁ ଯୋଗାଯୋଗ ସୁଗମ ହେବ। ଏହାସହ ଧର୍ମେନ୍ଦ୍ର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ପୂର୍ବୋଦୟ ଯୋଜନାରେ ପୂର୍ବ ଭାରତରେ ଓଡିଶା ବିକାଶର ପେଣ୍ଠସ୍ଥଳୀ ଭାବରେ ଆଗକୁ ବଢୁଛି ।

ସେହିପରି ଧର୍ମେନ୍ଦ୍ର କହିଛନ୍ତି ଦୁବାଇ ସହ ଭୁବନେଶ୍ଵରର ସିଧା ସଳଖ ବିମାନ ଯୋଗାଯୋଗ ହେଲେ ପୂର୍ବ ଭାରତର ବିକାଶର ସମ୍ଭାବନାକୁ ଆହୁରି ଶକ୍ତିଶାଳୀ ହେବ । କଳାତ୍ମକ, ହସ୍ତତନ୍ତ ଓ କୃଷି ଆଧାରିତ ସାମଗ୍ରୀ ବ୍ୟବସାୟ ଦ୍ବାରା ରାଜ୍ୟର ଅର୍ଥନୀତି ଗତିଶୀଳ ହେବ ବୋଲି ପ୍ରଧାନ କହିଛନ୍ତି । ଉଲ୍ଲେଖନୀୟ ଯେ, ୟୁଏଇ ଓଡିଆ ସମାଜ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ବରରୁ ଦୁବାଇ ପର୍ଯ୍ୟନ୍ତ ସିଧାସଳଖ ବିମାନସେବା ଆରମ୍ଭ କରିବା ପାଇଁ ପତ୍ର ଲେଖାଯାଇଥିଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details