ଭୁବନେଶ୍ବର: ପିପିଲି ଉପନିର୍ବାଚନ ମତଦାନ ପାଇଁ ତାରିଖ ପାଖେଇ ଆସୁଥିବାବେଳେ ସବୁ ଦଳ ନିଜ ପ୍ରତିଦ୍ବନ୍ଦିଙ୍କ ପ୍ରଚାରକୁ ଯୋରଦାର କରିବାରେ ଲାଗିଛନ୍ତି । ସବୁ ଦଳର ହେଭିଓ୍ବେଟମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଥିବାବେଳେ ବିଜେପି ମଧ୍ୟ ନିଜ ନିର୍ବାଚନ ପ୍ରଚାରକୁ ବ୍ୟାପକ କରିବାକୁ ଯାଉଛି । 13 ତାରିଖରୁ ଦଳ ପାଇଁ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ଦଳର ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ତେବେ 13 ତାରିଖରୁ ପିପିଲି ଓ ଡେଲାଙ୍ଗ ସମେତ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମାରାଥାନ ପ୍ରଚର ସହ ଏକାଧିକ ଜନସଭାକୁ ଧର୍ମେନ୍ଦ୍ର ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଧର୍ମେନ୍ଦ୍ରଙ୍କ ସମେତ ଦଳର କିଛି କେନ୍ଦ୍ରୀୟ ନେତା ମଧ୍ୟ ପିପିଲି ପ୍ରଚାରରେ ସାମିଲ ହେବା ନେଇ ମଧ୍ୟ ସୂଚନା ରହିଛି । ତେବେ ଦଳର କେଉଁ କେନ୍ଦ୍ରୀୟ ନେତା ସାମିଲ ହେବା ପାଇଁ ରାଜ୍ୟକୁ ଆସିବେ ତାହା ବର୍ତ୍ତମାନ ସୁଦ୍ଧା ଦଳ ସ୍ପଷ୍ଟ କରିନାହିଁ ।