ଓଡିଶା

odisha

ETV Bharat / city

ଦୁଇଦିନିଆ ଜମ୍ମୁ ଓ କାଶ୍ମୀର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇଦିନିଆ ଜମ୍ମୁ ଓ କାଶ୍ମୀର ଗସ୍ତରେ ଅଛନ୍ତି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ପାଇବା ପରେ କେନ୍ଦ୍ରମନ୍ତ୍ରୀଙ୍କ ଏହା ପ୍ରଥମ ଜମ୍ମୁ-କାଶ୍ମୀର ଗସ୍ତ । ଅଧିକ ପଢନ୍ତୁ...

ଦୁଇଦିନିଆ ଜାମ୍ମୁ ଓ କାଶ୍ମୀର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଦୁଇଦିନିଆ ଜାମ୍ମୁ ଓ କାଶ୍ମୀର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By

Published : Oct 23, 2021, 6:45 PM IST

ଭୁବନେଶ୍ବର: ଦୁଇଦିନିଆ ଜମ୍ମୁ ଓ କାଶ୍ମୀର ଗସ୍ତରେ ଅଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ପାଇବା ପରେ କେନ୍ଦ୍ରମନ୍ତ୍ରୀଙ୍କ ଏହା ପ୍ରଥମ ଜମ୍ମୁ-କାଶ୍ମୀର ଗସ୍ତ । ଏହି ଦୁଇଦିନିଆ ଗସ୍ତ କାଳରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସାଥୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଆଇଆଇଟି ଜମ୍ମୁ କ୍ୟାମ୍ପସର ନୂତନ ଗୃହ ଓ ଅତ୍ୟାଧୁନିକ ସୁବିଧାର ଲୋକାର୍ପଣ ଓ ଶିଳାନ୍ୟାସ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଦୁଇଦିନିଆ ଜାମ୍ମୁ ଓ କାଶ୍ମୀର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ଆଜି(ଶନିବାର) ଅପରାହ୍ନରେ ଜମ୍ମୁରେ ପହଞ୍ଚିବା ପରେ ମାଆ ବୈଷ୍ଣବ ଦେବୀ ମନ୍ଦିର ଦର୍ଶନ କରିବେ । ଏହାସହିତ ଶିକ୍ଷା ବିଭାଗ ସହ ଜଡ଼ିତ ବିଭିନ୍ନ ବିଷୟରେ ଶିକ୍ଷାନୁଷ୍ଠାନର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବେ । ସେହିପରି ରବିବାର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଇଆଇଟି ଜମ୍ମୁର ନୂତନ ଗୃହ ଓ ଅତ୍ୟାଧୁନିକ ସୁବିଧାର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଅନ୍ୟ ଏକ ଇ-ଉଦଘାଟନୀ ଉତ୍ସବରେ ସାମିଲ ହେବେ ।


ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ରାଜଭବନରେ ଧର୍ମେନ୍ଦ୍ର ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details