ଓଡିଶା

odisha

ETV Bharat / city

ସାଗରମାଳା ଯୋଜନାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - Union Minister Dharmendra Pradhan reviewed various projects of the Sagarmala scheme

ସାଗରମାଳା ଯୋଜନା ଅଧିନରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ .....

ସାଗରମାଳା ଯୋଜନାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସାଗରମାଳା ଯୋଜନାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By

Published : Nov 21, 2020, 8:44 PM IST

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶନିବାର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ପାରାଦୀପ ବନ୍ଦରର ଅଧ୍ୟକ୍ଷଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶାରେ ୫୭ ହଜାର ୩୭୯ କୋଟି ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ୪୬ଟି ସାଗରମାଳା ପ୍ରକଳ୍ପର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ ଏହି ପ୍ରକଳ୍ପର କାର୍ଯ୍ୟକାରୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ଭାରତ ସରକାରଙ୍କ ୪୬ ଟି ସାଗରମାଳା ପ୍ରକଳ୍ପ ମଧ୍ୟରୁ ୫ ହଜାର ୬ କୋଟି ଟଙ୍କା ମୂଲ୍ୟର ୧୪ ଟି ପ୍ରକଳ୍ପର କାମ ଶେଷ ହୋଇଛି । ୩୩ ହଜାର ୨୫୪ କୋଟି ଟଙ୍କା ମୂଲ୍ୟର ୨୨ ଟି ପ୍ରକଳ୍ପ କ୍ରିୟାନ୍ବୟନ ପ୍ରକ୍ରିୟାରେ ଅଛି ।

ସେହିପରି ୧୯ ହଜାର ୫୯ କୋଟି ଟଙ୍କା ମୂଲ୍ୟର ୧୦ଟି ପ୍ରକଳ୍ପର ନିର୍ମାଣ କାମ କରାଯାଉଛି । ରାଜ୍ୟରେ ବନ୍ଦରର ନବୀକରଣ, ବନ୍ଦର ସହ ସଂଯୋଗ ସ୍ଥାପନା, ବନ୍ଦର ଆଧାରିତ ଶିଳ୍ପାୟନ ଏବଂ ଉପକୂଳ ସମୂହର ବିକାଶ ଉପରେ ଧ୍ୟାନ ଦିଆଯାଇଥିବା ଏହି ପ୍ରକଳ୍ପ ଗୁଡ଼ିକ ଓଡିଶାର ଉପକୂଳବର୍ତୀ ଅଞ୍ଚଳକୁ ସମୃଦ୍ଧ କରିବ ।

। ସେହିପରି ବାଲେଶ୍ବର ଜିଲ୍ଲାର ଚାନ୍ଦିପୁରରେ ୫୦ କୋଟି ଟଙ୍କା ପୁଞ୍ଜିନିବେଶରେ ହେବାକୁ ଥିବା ମାଛଧରା ବନ୍ଦର ପ୍ରତିଷ୍ଠା ପାଇଁ ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ , ଇଟିଭି ଭାରତ

ABOUT THE AUTHOR

...view details