ଓଡିଶା

odisha

ETV Bharat / city

ପିଏସୟୁ ଗୁଡ଼ିକ ଟିକା କିଣି ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଟୀକାକରଣ କରନ୍ତୁ: ଧର୍ମେନ୍ଦ୍ର - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋରୋନା ସମୀକ୍ଷା ବୈଠକ

ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶାରେ ପରିଚାଳିତ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ (ପିଏସୟୁ) ମୁଖ୍ୟ, ରାଜ୍ୟ ସରକାରଙ୍କ ଅଧିକାରୀ, ସ୍ବାସ୍ଥ୍ୟ ସଂଗଠନ, ବ୍ୟାଙ୍କ ଏବଂ ରେଳ କ୍ଷେତ୍ରର ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର । ଅଧିକ ପଢନ୍ତୁ...

ପିଏସୟୁ ଗୁଡ଼ିକ ଟିକା କିଣି ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକାକରଣ କରିବାର ବ୍ୟବସ୍ଥା କରନ୍ତୁ
ପିଏସୟୁ ଗୁଡ଼ିକ ଟିକା କିଣି ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକାକରଣ କରିବାର ବ୍ୟବସ୍ଥା କରନ୍ତୁପିଏସୟୁ ଗୁଡ଼ିକ ଟିକା କିଣି ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକାକରଣ କରିବାର ବ୍ୟବସ୍ଥା କରନ୍ତୁ

By

Published : May 6, 2021, 3:56 PM IST

ଭୁବନେଶ୍ବର:ରାଜ୍ୟର କୋଭିଡ ସ୍ଥିତି ଓ ଏହାର ମୁକାବିଲା କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶାରେ ପରିଚାଳିତ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ (ପିଏସୟୁ) ମୁଖ୍ୟ, ରାଜ୍ୟ ସରକାରଙ୍କ ଅଧିକାରୀ, ସ୍ବାସ୍ଥ୍ୟ ସଂଗଠନ, ବ୍ୟାଙ୍କ ଏବଂ ରେଳ କ୍ଷେତ୍ରର ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର ।

ପିଏସୟୁ ଗୁଡ଼ିକ ଟିକା କିଣି ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକାକରଣ କରିବାର ବ୍ୟବସ୍ଥା କରନ୍ତୁ

ଓଡ଼ିଶାରେ କୋଭିଡ୍ ପରିଚାଳନା ପ୍ରସ୍ତୁତି ଏବଂ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ସମୀକ୍ଷା କରିବା ସହ ବିଭିନ୍ନ ବିଷୟରେ ସେ ଆଲୋଚନା କରିଛନ୍ତି । ରାଜ୍ୟରେ ଟେଷ୍ଟିଂ, ଭେଣ୍ଟିଲେଟର, ଟିକାକରଣ ଓ ଅକିଜେନ ବ୍ୟବସ୍ଥା ବଢାଇବା ସହ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଗୁରୁତ୍ବ ଦେବାକୁ ପରମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଓଡ଼ିଶାର ସ୍ବାସ୍ଥ୍ୟସେବାକୁ ବିକଶିତ କରିବା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ । ଓଡ଼ିଶାରେ ପରିଚାଳିତ ପିଏସୟୁ, କେନ୍ଦ୍ର ସ୍ବାସ୍ଥ୍ୟ ଅନୁଷ୍ଠାନ, ବ୍ୟାଙ୍କ କ୍ଷେତ୍ର ତଥା କର୍ପୋରେଟ୍ ସେକ୍ଟର ଏହି ମହାମାରୀରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବାର ଆବଶ୍ୟକତା ରହିଛି ।

ରାଜ୍ୟର ସ୍ଵାସ୍ଥ୍ୟ ଭିତ୍ତିଭୂମି ତିଆରି କରିବା ଦରକାର ଲାଗି ବିଭିନ୍ନ ସଂଗଠନର ସହଯୋଗ ଆବଶ୍ୟକ । ଓଡ଼ିଶାରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଆଇସୋଲେସନ ବେଡର କ୍ଷମତା ବୃଦ୍ଧି କରିବା ସହ ଆଇସିୟୁ ଏବଂ ଅକ୍ସିଜେନ ସଂଯୁକ୍ତ ବେଡକୁ ବୃଦ୍ଧି କରିବା ଦିଗରେ ସମସ୍ତେ ମିଳିତ ଭାବେ ପଦକ୍ଷେପ ନେବା ସହ ସରକାରଙ୍କ ସହ ସମନ୍ବୟ ରକ୍ଷା କରିବା ଦରକାର ।

ସମସ୍ତ ଅଂଶୀଦାରମାନେ ଟେଷ୍ଟିଂ, ଟିକାକରଣ ସୁବିଧା, ଭେଣ୍ଟିଲେଟର, ଅମ୍ଳଜାନ ଯୋଗାଣ, ଆଇସିୟୁ ସହ ବେଡ୍ ବ୍ୟବସ୍ଥା ତଥା ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ମେଡ଼ିକାଲ ଉପକରଣର ଉପଲବ୍ଧିକୁ ବିକଶିତ କରି ବର୍ତ୍ତମାନ କୋଭିଡ଼ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବା ଦରକାର ।

ରାଜ୍ୟର ଦୁଇଟି ଅଗ୍ରଣୀ ଇନଷ୍ଟିଚ୍ୟୁଟ୍ ଆରଏମଆରସି ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫସାଇନ୍ସ ଅଧିକରୁ ଅଧିକ ଟେଷ୍ଟିଂ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ପିଏସୟୁ ଗୁଡ଼ିକୁ ମଧ୍ୟ ନିଜ ନିଜ ବ୍ୟବସ୍ଥାରେ ଟେଷ୍ଟିଂ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ତିଆରି କରିବା ପାଇଁ ଆହ୍ବାନ କରିଛନ୍ତି ଧର୍ମେନ୍ଦ୍ର ।

ସେହିପରି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣର ଅଭିଯାନକୁ ତ୍ବରାନ୍ବିତ କରିବା ପାଇଁ ପିଏସୟୁ ଗୁଡ଼ିକୁ ଟିକା କିଣି ନିଜର କର୍ମଚାରୀଙ୍କୁ ଟିକା ଦେବା ସହ ସମାଜରେ ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକାକରଣ କରାଇବା ଉପରେ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ମହାମାରୀ ସହ ଲଢ଼ିବା ପାଇଁ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ଧର୍ମେନ୍ଦ୍ର ଆହ୍ବାନ ଦେଇଛନ୍ତି । ଆଲୋଚନାରେ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ, ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ସାଲିନୀ ପଣ୍ଡିତ, ଆଇଏଲଏସର ନିର୍ଦ୍ଦେଶକ ଅଜୟ ପରିଡା, ଆରଏମଆରସିର ନିର୍ଦ୍ଦେଶିକା ସଂଘମିତ୍ରା ପତି, ଏନସିସିର ଓଡ଼ିଶା ଜୋନର ଇନଚାର୍ଜ, ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ ଭୁବନେଶ୍ଵରର ନିର୍ଦ୍ଦେଶକ, ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜର, ଏସବିଆଇ ବ୍ୟାଙ୍କ ଓଡ଼ିଶା ଶାଖାର ସିଜିଏମ, ଏମସିଏଲର ସିଏମଡ଼ି ପି.କେ ସିହ୍ନା, ଏନଟିପିସିର ଆରଇଡ଼ି ଇନଚାର୍ଜ ଏବଂ ପାରାଦୀପ ପୋର୍ଟର ଇନଚାର୍ଜ ପ୍ରମୁଖ ଆଲୋଚନାରେ ସାମିଲ ହୋଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details