ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନରେ ରହିବନି ଓବିସି ସଂରକ୍ଷଣ । ପଛୁଆ ବର୍ଗଙ୍କ ପାଇଁ ଥିବା ସଂରକ୍ଷଣ ପରିବର୍ତ୍ତନ କରାଯାଇ ସେହି ଆସନ ସାଧାରଣ ବର୍ଗଙ୍କ ପାଇଁ ରହିବ । ଓବିସି ସଂରକ୍ଷଣ (OBC Reservation Issue)ନିଷ୍ପତ୍ତି ପ୍ରତ୍ୟାହାର ପରେ ଏବେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଝଡ । ରାଜ୍ୟ ସରକାର ଓବିସିଙ୍କୁ ଠକିଥିବା ବିରୋଧି ସମାଲୋଚନା କରୁଥିବାବେଳେ ସରକାର ଓବିସି ସଂରକ୍ଷଣ ବିରୋଧି ବୋଲି ଆକ୍ଷେପ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଓବିସି ବର୍ଗଙ୍କ ସ୍ଥାନ ସଂରକ୍ଷଣ ନେଇ ଯେଉଁ ପ୍ରକାର ଘଟଣା ଘଟୁଛି, ଏଥିରୁ ରାଜ୍ୟ ସରକାର ଓବିସି ସଂରକ୍ଷଣ ବିରୋଧୀ ବୋଲି ସ୍ପଷ୍ଟ ମନେ ହେଉଛି । ହାଇକୋର୍ଟରେ ଓଡ଼ିଶା ଆଡଭୋକେଟ୍ ଜେନେରାଲଙ୍କ ଏହି ପ୍ରସଙ୍ଗ ଉପରେ ଉପସ୍ଥାପନା ଓବିସି ବିରୋଧୀ ବୋଲି ସ୍ପଷ୍ଟ ଜଣାପଡ଼ୁଛି । ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଓବିସି ବର୍ଗଙ୍କୁ ଲାଭ ଦେବା ପାଇଁ ରାଜ୍ୟ ସରକାରଙ୍କ ଆବେଦନ ସୁପ୍ରିମକୋର୍ଟରେ ଦୀର୍ଘ ଦିନ ଧରି ପଡ଼ି ରହିବା ପରେ ରାଜ୍ୟ ସରକାର ଏ ଦିଗରେ ଚିନ୍ତା ନ କରିବା ଦୁଃଖଦାୟକ ଓ ଚିନ୍ତାଜନକ । ପଞ୍ଚାୟତ ସଂରକ୍ଷଣ ବିଜ୍ଞପ୍ତିରେ ପରିବର୍ତ୍ତନ ପରେ ଟ୍ବିଟ୍ ଯୋଗେ ଏଭଳି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।