ଭୁବନେଶ୍ବର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଡେଲୋଏଟର ଗ୍ଲୋବାଲ ସିଇଓ । ଖୁବଶୀଘ୍ର ଭୁବନେଶ୍ୱରରେ ଖୋଲିବ ଡେଲୋଏଟର ବୃହତ ଟେକ୍ନୋଲୋଜି ସେଣ୍ଟର । ଯୁବବର୍ଗଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବା ସହ ପ୍ରଯୁକ୍ତିବିଦ୍ୟା ଓ ଦକ୍ଷତା ବିକାଶର ଇକୋସିଷ୍ଟମକୁ ସୁଦୃଢ଼ କରିବ।
କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ Deloitte CEO, ଭୁବନେଶ୍ୱରରେ ହେବ ଡେଲୋଏଟର ଟେକ୍ନୋଲୋଜି ସେଣ୍ଟର - ଭୁବନେଶ୍ୱରରେ ହେବ ଡେଲୋଏଟର ଟେକ୍ନୋଲୋଜି ସେଣ୍ଟର
ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡେଲୋଏଟର ଗ୍ଲୋବାଲ ସିଇଓ ପୁନିତ ରେନଜେନ(Deloitte CEO Punit Renjen) ସାକ୍ଷାତ୍ କରିଛନ୍ତି । ଖୁବ ଶୀଘ୍ର ଭୁବନେଶ୍ୱରରେ ଖୋଲିବ ଡେଲୋଏଟର ବୃହତ ଟେକ୍ନୋଲୋଜି ସେଣ୍ଟର । ଅଧିକ ପଢନ୍ତୁ
ଡେଲୋଏଟର ଏହି ପଦକ୍ଷେପ ଯୁବବର୍ଗଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବା ସହ ପ୍ରଯୁକ୍ତିବିଦ୍ୟା ଓ ଦକ୍ଷତା ବିକାଶର ଇକୋସିଷ୍ଟମକୁ ସୁଦୃଢ଼ କରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି । ସେହିପରି ଗ୍ରାମାଞ୍ଚଳରେ ଥିବା ଯୁବପିଢିଙ୍କ ପାଇଁ ସୁଯୋଗ ତିଆରି କରିବା ଏବଂ ଡିଜିଟାଲ ଅର୍ଥନୀତିରେ ଦେଶ ଦ୍ରୁତ ଗତିରେ ଅଗ୍ରସର ହେବା ଦିଗରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ଭାରତ ପ୍ରତି ପୁନିତି ରେନଜେନଙ୍କ ପ୍ରତିବଦ୍ଧତା ଏବଂ ଭାରତରେ ଥିବା ସମ୍ଭାବନା ତଥା ପ୍ରତିଭାଙ୍କୁ ଅନ୍ୱେଷଣ କରିବାରେ ଡେଲୋଏଟର ପଦକ୍ଷେପ ପ୍ରଶଂସନୀୟ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର