ଓଡିଶା

odisha

ଓଲଟପୁରରେ ଆରୋଗ୍ୟ ଭବନ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କଟକ ଓଲଟପୁର ଥିବା ନୂତନ ନିର୍ମିତ ଆରୋଗ୍ୟ ଭବନର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଢନ୍ତୁ ଅଧିକ ...

By

Published : Jan 12, 2021, 7:40 PM IST

Published : Jan 12, 2021, 7:40 PM IST

ଆରୋଗ୍ୟ ଭବନ ଉଦ୍ଗଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆରୋଗ୍ୟ ଭବନ ଉଦ୍ଗଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କଟକ: କଟକ ଓଲଟପୁର ନୂତନ ନିର୍ମିତ ଆରୋଗ୍ୟ ଭବନର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।। ଓଏନଜିସି ପକ୍ଷରୁ 2 କୋଟି 32 ଲକ୍ଷ ଟଙ୍କାରେ ଏହି 5 ମହଲା ବିଶିଷ୍ଠ ଭବନର ଆଜି ହୋଇଛି ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ଗରିବ ଲୋକଙ୍କ ସ୍ବାସ୍ଥ୍ୟ ସେବାକୁ ମଜଭୁତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ ସଫଳ ହେଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଆରୋଗ୍ୟ ଭବନ ଉଦ୍ଗଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତେବେ ଏହି ସେବା ଆରମ୍ଭ କରିବାର ଫଳରେ ରୋଗୀଙ୍କୁ ଉନ୍ନତମାନର ରହଣି ସୁବିଧା ମିଳିପାରିବ । ନିକଟରେ ଏସଭି ନିର୍ତାର ଚିକିତ୍ସାଳୟ କାର୍ଯ୍ୟକ୍ଷମ ଥିବାବେଳେ ଏହି ଆରୋଗ୍ୟ ଭବନ ରୋଗୀଙ୍କ ରହଣିକୁ ଆହୁରି ସୁବିଧା କରାଇପାରିବ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ନର ସେବା ହିଁ ନାରାୟଣ ସେବା। ସମସ୍ତଙ୍କୁ ସ୍ବାସ୍ଥ୍ୟସେବା କିପରି ସୂଚାରୁ ରୂପେ ମିଳିପାରିବ ସେନେଇ ପ୍ରଧାନମନ୍ତ୍ରୀ ସର୍ବଦା ଚେଷ୍ଟିତ ରହିଛନ୍ତି । ତେବେ ଏହି ଭବନ ଓଲଟପୁରବାସୀଙ୍କ ପାଇଁ ଏକ ବଡ଼ ସଫଳତା ବୋଲି କହିଛନ୍ତି ଧର୍ମେନ୍ଦ୍ର ।

କଟକରୁ ପ୍ରଭୁ କଲ୍ୟାଣ ପାଲ ,ଇଟିଭି ଭରତ

ABOUT THE AUTHOR

...view details