ଭୁବନେଶ୍ବର: ଭୁବନେଶ୍ୱର ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ରର ଭବ୍ୟ ଅଡିଟୋରିୟମର ଲୋକାର୍ପଣ କଲେ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅଡିଟୋରିୟମ ସରକାରୀ ସ୍ତରରେ ଓଡିଶାର ସର୍ବବୃହତ ଅଡିଟୋରିୟମ । ଅଡିଟୋରିୟମଟି ‘ବକ୍ସି ଜଗବନ୍ଧୁ ଦକ୍ଷତା ବିକାଶ ସଭାଗାର’ରେ ନାମିତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସୁଯୋଗ ମିଳିଲେ ଓଡ଼ିଆ ପିଲାମାନେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ସମର୍ଥ ହେବେ ବୋଲି କହିଛନ୍ତି ।
ପ୍ରଶିକ୍ଷଣ ମାଧ୍ୟମରେ ଓଡ଼ିଆ ପିଲାଙ୍କ ଆତ୍ମବିଶ୍ୱାସ ବଢ଼ାଇ ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଉଦ୍ୟମୀ କରିବା ପାଇଁ ଭୁବନେଶ୍ୱରର ଜାତୀୟ ଦକ୍ଷତା ବିକାଶ ପ୍ରତିଷ୍ଠାନ(ଏସଡିଆଇ)କୁ ଅଧିକ ଭବ୍ୟ କରିବା କାମରେ ଆମର ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ସ୍ଥିତ ଏହି ଦକ୍ଷତା ବିକାଶ କେନ୍ଦ୍ର ପରିସରରେ ୫୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଭବ୍ୟ ଅଡିଟୋରିୟମର ଲୋକାର୍ପଣ କରିବା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ସରକାରୀ ସ୍ତରରେ ଗତକାଲି ଉଦଘାଟିତ ହୋଇଥିବା ଅନୁଷ୍ଠାନ ଓଡିଶାର ସର୍ବବୃହତ ଅଡିଟୋରିୟମ ।
ଏହି ଅଡିଟୋରିୟମର ନାମକରଣ ‘ବକ୍ସି ଜଗବନ୍ଧୁ ଦକ୍ଷତା ବିକାଶ ସଭାଗାର’ରେ ନାମିତ କରିବା ପାଇଁ ଏସଡ଼ିଆଇ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଛନ୍ତି । ତେବେ ଏହି ପ୍ରଶିକ୍ଷଣ କେନ୍ଦ୍ର ବକ୍ସିଙ୍କ ନାମରେ ନାମିତ ହେଲେ ଏଠାରେ ପ୍ରଶିକ୍ଷଣ ନେଉଥିବା ଓଡ଼ିଆ ପିଲାମାନେ ବୀର ଓଡ଼ିଆ ଜାତିର ସଂସ୍କାରରେ ନିଜେ ଆଗକୁ ବଢିବା ପାଇଁ ପ୍ରେରିତ ହେବେ । କେନ୍ଦ୍ର ଶିକ୍ଷା ମଧ୍ୟ କହିଛନ୍ତି ଯେ ଯୁବପିଢିଙ୍କୁ ରୋଜଗାରକ୍ଷମ କରାଇବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଜନାକୁ ରାଜ୍ୟରେ କ୍ରିୟାନ୍ୱୟନ କରାଯାଉଛି । “ମୁଁ କେଉଁ ଗୁଣରେ ଆଇଆଇଟି, ଆଇଆଇଏମ ପିଲାଙ୍କ ଠାରୁ କମ ନୁହେଁ” ।