ଭୁବନେଶ୍ବର: ଗତ କିଛିବର୍ଷ ହେଲା ରାଜ୍ୟରେ ହାତୀମୃତ୍ୟୁ ହାର ବୃଦ୍ଧି ପାଇବାରେ ଲାଗିଛି । ଗତକାଲି(ମଙ୍ଗଳବାର) ବଡ଼ମ୍ବାରେ ଏକ ଗୁଳିବିଦ୍ଧ ହାତୀରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ରାଜ୍ୟରେ ବୃଦ୍ଧି ପାଉଥିବା ହାତୀମୃତ୍ୟୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Elephant Death Tension: ଉଦବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - ରାଜ୍ୟରେ ହାତୀମୃତ୍ୟୁ ହାର ବୃଦ୍ଧି ପାଉଛି
ରାଜ୍ୟରେ ହାତୀମୃତ୍ୟୁ ହାର ବୃଦ୍ଧି ପାଇବାରେ ଲାଗିଛି । ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

କେନ୍ଦ୍ରମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ, "ଆଠଗଡ଼ ଜଙ୍ଗଲରେ ଆହତ ହାତୀର ମୃତ୍ୟୁ ପ୍ରତ୍ୟେକଙ୍କୁ ବିଚଳିତ କରିଛି । ଏଭଳି ଘଟଣା ରାଜ୍ୟରେ ପ୍ରଥମ ନୁହେଁ । ମିଡିଆ ରିପୋର୍ଟ ମୁତାବକ ଗତ ୧୨ ବର୍ଷ ମଧ୍ୟରେ ଶିକାର, ବିଷକ୍ରିୟା, ବିଦ୍ୟୁତ ଆଘାତ ବା ଦୁର୍ଘଟଣାରେ ରାଜ୍ୟରେ ୯୭୪ ହାତୀଙ୍କ ହୋଇଛି । ଘଞ୍ଚ ଜଙ୍ଗଲ ଓ ବନ୍ୟ ଜନ୍ତୁ ରାଜ୍ୟର ପରିଚୟ । ହାତୀ ଆମ ଇକୋସିଷ୍ଟମର ଏକ ସ୍ତମ୍ଭ । ପରିବେଶ ଏବଂ ବନ ସଂରକ୍ଷଣରେ ଏକ ବିଶେଷ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ତେବେ କିଛି ବର୍ଷ ଧରି ରାଜ୍ୟରେ ହାତୀ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଏକ ଚିନ୍ତାର ବିଷୟ ପାଲଟିଛି ।"
କଟକ ଜିଲ୍ଲା ନରସିଂହପୁର ପଶ୍ଚିମ ବନାଞ୍ଚଳର ଜୟପୁର ସେକ୍ସନରେ ଥିବା ଜଙ୍ଗଲରେ ଏକ ୮ରୁ ୧୦ ବର୍ଷର ଦନ୍ତା ହାତୀକୁ ଗୁଳି କରାଯାଇଥିଲା । ତେବେ ସେପ୍ଟୋସମିଆରେ ଇନ୍ଫେକ୍ସନ (high Infection) ଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ସୁ୍ଦ୍ଧା କିଏ ହାତୀଟିକୁ ଗୁଳି ମାରିଛି ତାହାର ଟେର୍ ପାଉନି ବନ ବିଭାଗ । ରାଜ୍ୟ ସରକାର ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ସହ ଶିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି ।