ଓଡିଶା

odisha

ETV Bharat / city

ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ପାଇଁ ନବୀନଙ୍କୁ ନିବେଦନ କଲେ ଧର୍ମେନ୍ଦ୍ର - ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ ମୁ୍ଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Union Minister Dharmendra Pradhan
Union Minister Dharmendra Pradhan

By

Published : Mar 24, 2020, 5:05 PM IST

ଭୁବନେଶ୍ବର: ସାରା ବିଶ୍ବ ମାରାତ୍ମକ ଭୂତାଣୁ କୋରୋନାକୁ ନେଇ ଆତଙ୍କିତ ଚିନ୍ତିତ । କୋଭିଡ-19ର ମୁକାବିଲା ପାଇଁ ସମସ୍ତ ଦେଶ ନିଜ ନିଜ ସ୍ତରରେ ଓ ଆନ୍ତର୍ଜାତୀୟ ସ୍ତରରେ ଅନେକ ପଦକ୍ଷେପ ନେଉଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୋରୋନା ମାନବ ସମାଜକୁ ଚ୍ୟାଲେଞ୍ଜ ଦେବାରେ ଲାଗିଛି । ଏହାସହ ପ୍ରତିଦିନ ନୂଆନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

ସୌଜନ୍ୟ: @dpradhanbjp

ଏପରି ସ୍ଥଳେ ସମସ୍ତଙ୍କ ସ୍ବାସ୍ଥ୍ୟସେବା ଗୁରୁତ୍ବପୂ୍ର୍ଣ୍ଣ ହୋଇପଡିଛି । ଏହି ସଂକଟ ଓଡିଶାକୁ ମଧ୍ଯ ବ୍ୟାପିଛି । ତେଣୁ ସମସ୍ତ ରାଜ୍ୟବାସୀ କେମିତି ସୁରକ୍ଷିତ ରହିବେ ସେନେଇ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି । ଆଜି (ସୋମବାର) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନ ପୁଣିଥରେ ରାଜ୍ୟରେ ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ କରିବାକୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଅନୁରୋଧ କରିଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି କେନ୍ଦ୍ର ସରକାର ବର୍ତ୍ତମାନ ଘରୋଇ ମେଡିକାଲକୁ ମଧ୍ଯ କରୋନା ପରୀକ୍ଷା ପାଇଁ ଅନୁମତି ଦେଇଛନ୍ତି । ଏହାଦ୍ବାରା ଅଧିକରୁ ଅଧିକ ଲୋକ ସେମାନଙ୍କର ପରୀକ୍ଷା କରାଇ ପାରିବେ । କିନ୍ତୁ ସରକାରୀ ଲାବ୍ରୋଟୋରିରେ ପରୀକ୍ଷା ମାଗଣା ହେଉଥିବା ବେଳେ ଘରୋଇ ମେଡିକାଲରେ ଏହା ଦେୟ ଦେବାକୁ ପଡିବ । ଫଳରେ ରାଜ୍ୟର ଗରିବ ରୋଗୀଙ୍କ ପାଇଁ ଘରୋଇ ମେଡିକାଲ ସମ୍ଭବ ନୁହେଁ । ସେମାନଙ୍କ ହିତ ପାଇଁ ତଥା ପ୍ରତ୍ୟେକ ଓଡିଆଙ୍କ ପାଇଁ ରାଜ୍ୟ ସରକାର ଏହି ସଂକଟ ସମୟରେ ଆୟୁଷ୍ମାନ ଭାରତକୁ ରାଜ୍ୟରେ ଲାଗୁ କରନ୍ତୁ । ଯଦ୍ବାରା ସାରା ଓଡିଆ ଉପକୃତ ହେବେ ଓ ରାଜ୍ୟ ବାହାରେ ଥିବା ଓଡିଆ ମାନେ ମଧ୍ୟ ଏହାର ଲାଭ ଉଠାଇ ପାରିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ , ଇଟିଭି ଭାରତ

ABOUT THE AUTHOR

...view details