ଭୁବନେଶ୍ବର: ଆଜି ପ୍ରକାଶ ପାଇଛି +2 କଳା ଓ ଧନ୍ଦାମୂଳକ ରେଜଲ୍ଟ । ଚଳିତ ବର୍ଷ କଳା ବିଭାଗରେ ମୋଟ ପାସହାର ୮୯.୪୯% ରହିଛି । ଧନ୍ଦାମୂଳକରେ ପାସହାର ରହିଛି ୯୯.୧୬% । ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା ବିଭାଗରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଟ୍ବିଟ୍ ଯୋଗେ ଧର୍ମେନ୍ଦ୍ର ଶୁଭେଚ୍ଛା ଜଣାଇ କହିଛନ୍ତି, 'ମୁଁ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରୁଛି' ।