ଭୁବନେଶ୍ବର:ସ୍କୁଲ ସ୍ତରରେ ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ଖୋଲିବ ସ୍କିଲ୍ ହବ୍ (Skill Hub)। ଟେକ୍ନୋଲୋଜି ମାଧ୍ୟମରେ ଜ୍ଞାନର ଦୁନିଆକୁ ସାଧାରଣ ପରିବାର ପାଖରେ ପହଞ୍ଚାଇବା ଲକ୍ଷ୍ୟ । ଗତ ୭ ଦଶନ୍ଧି ମଧ୍ୟରେ ଦେଶରେ ୧୦ ହଜାର ଆଇଟିଆଇ ଥିଲା ଓ ଗତ ୮ ବର୍ଷ ମଧ୍ୟରେ ଦେଶରେ ଆହୁରି ପ୍ରାୟ ୫ ହଜାର ଆଇଟିଆଇ ଅନୁଷ୍ଠାନ ପ୍ରତିଷ୍ଠା ହୋଇଛି । ଏ ନେଇ ନୂଆଦିଲ୍ଲୀ ଠାରେ ଦେଶର ପ୍ରଥମ 'କୌଶଳ ଦୀକ୍ଷାନ୍ତ ସମାରୋହ' ଆୟୋଜିତ ହୋଇଛି ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଉଦବୋଧନ ଦେଇଛନ୍ତି । କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ବାରା ପ୍ରଥମ ଦକ୍ଷତା ସମାବର୍ତ୍ତନ ସମାରୋହ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, "ବିଶ୍ବକର୍ମାଙ୍କ ଜୟନ୍ତୀ କୌଶଳର ପ୍ରାଣ ପ୍ରତିଷ୍ଠାତାଙ୍କ ଏକ ପର୍ବ । ଏକବିଂଶ ଶତବ୍ଦୀରେ ଭାରତ ଏକ ନୂଆ ଇତିହାସ ରଚିଛି । ଆଜି ପ୍ରଥମ ଥର ପାଇଁ ୯ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ କୌଶଳ ଦୀକ୍ଷାନ୍ତ ସମାରୋହ ଆୟୋଜନ କରାଯାଇଛି । ୪୦ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆମ ସହ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଛନ୍ତି ।"
ସେ ଆହୁରି କହିଛନ୍ତି ଯେ, "ଏହି ଶତାବ୍ଦୀକୁ ଭାରତର ଶତାବ୍ଦୀ ବନାଇବା ପାଇଁ ଭାରତର ଯୁବବର୍ଗଙ୍କୁ ଶିକ୍ଷା ସହ ଦକ୍ଷ କରିବା ଜରୁରୀ । ଏହି ବିଚାର ସହ ଭାରତ ସରକାର ଯୁବକଙ୍କ କୌଶଳ ବିକାଶ ଓ ନୂଆ ଅନୁଷ୍ଠାନର ନିର୍ମାଣକୁ ପ୍ରାଥମିକତା ଦେଉଛି । ଗତ ୭ ଦଶନ୍ଧି ମଧ୍ୟରେ ଦେଶରେ ୧୦ ହଜାର ଆଇଟିଆଇ ଥିଲା । ଆମ ସରକାର ଗତ ୮ ବର୍ଷ ମଧ୍ୟରେ ଦେଶରେ ଆହୁରି ପ୍ରାୟ ୫ ହଜାର ଆଇଟିଆଇ ଅନୁଷ୍ଠାନ ପ୍ରତିଷ୍ଠା କରିସାରିଛନ୍ତି । ଏହା ବ୍ୟତୀତ ୪ ଲକ୍ଷରୁ ଅଧିକ ନୂଆ ସିଟ୍ ଯୋଡାଯାଇଛି । ଦେଶରେ ନ୍ୟାସନାଲ ସ୍କିଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍, ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍କିଲ୍ସ ଏବଂ ଅନେକ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଜାତୀୟ ଶିକ୍ଷା ନୀତି କ୍ରିୟାନ୍ବୟନ କରାଯାଉଛି ।ଠ
ଏହା ବି ପଢନ୍ତୁ- VSSUT ହେବ ରୂପାନ୍ତରିକରଣ, ୫ ବର୍ଷରେ ଖର୍ଚ୍ଚ ହେବ ୨୦୦୦ କୋଟି
ଏଥିରେ ଅଭିଜ୍ଞତା ଆଧାରିତ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଉଛି ଓ ସ୍କୁଲ ଗୁଡ଼ିକରେ ସ୍କିଲ୍ ପାଠ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି । ଭାରତ ସରକାର ଆଇଟିଆଇର ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଦଶମ ପାସ୍ କରି ଆଇଟିଆଇ ପଢ଼ୁଥିବା ଛାତ୍ରଛାତ୍ରୀ ନ୍ୟାସନାଲ ଓପନ ସ୍କୁଲ ମାଧ୍ୟମରେ ସହଜରେ ଦ୍ୱାଦଶ ପାସ ସାର୍ଟିଫିକେଟ୍ ପାଇପାଇରୁଛନ୍ତି । ଏହା ଦ୍ବାରା ସେମାନେ ସହଜରେ ଆଗକୁ ପଢ଼ି ପାରୁଛନ୍ତି । ଆଗାମୀ ଦିନରେ ଆଇଟିଆଇ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସେନାରେ ମଧ୍ୟ ନିଯୁକ୍ତି ସୁଯୋଗ ଦିଆଯିବ ।