ଓଡିଶା

odisha

ETV Bharat / city

Panchayat Poll: ଭୋଟ ତାଲିକାରେ ନା ନଥିବାରୁ ଡଙ୍ଗରିଆଙ୍କ ଆନ୍ଦୋଳନ, ଧର୍ମେନ୍ଦ୍ରଙ୍କ ଚିନ୍ତା - Union Minister Dharmendra expressed concern over voter list issue

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର କିଛି ବୁଥରେ ଡଙ୍ଗରିଆ ମାନେ ନିଜ ନାଁ ଭୋଟର ତାଲିକାରେ ନଥିବାରୁ ପ୍ରତିବାଦ ଓ ଆନ୍ଦୋଳନ କରିଛନ୍ତି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିନ୍ତାବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ

Panchayat Poll
v

By

Published : Feb 22, 2022, 5:49 PM IST

ଭୁବନେଶ୍ବର:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର କିଛି ବୁଥରେ ଡଙ୍ଗରିଆ ମାନେ ନିଜ ନାଁ ଭୋଟର ତାଲିକାରେ ନଥିବାରୁ ପ୍ରତିବାଦ ଓ ଆନ୍ଦୋଳନ କରିଛନ୍ତି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିନ୍ତାବ୍ୟକ୍ତ କରିଛନ୍ତି ।

ଏନେଇ ଟ୍ବିଟ କରି ଧର୍ମେନ୍ଦ୍ର କହିଛନ୍ତି ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆଜି ଅନୁଷ୍ଠିତ ହେଉଛି। ସମସ୍ତେ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାକୁ ଅନୁରୋଧ । ଏହି ନିର୍ବାଚନ ପ୍ରକ୍ରିୟାରେ ଅନେକ ସ୍ଥାନରେ ଭୋଟର ତାଲିକାରେ ତ୍ରୁଟି ଏବଂ ଯୋଗ୍ୟ ମତଦାତା ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାରେ ଅସମର୍ଥ ହେବା ଖବର ଦୁଃଖ ଦାୟକ ଏବଂ ଗଣତନ୍ତ୍ର ପାଇଁ ଶୁଭ ଖବର ନୁହେଁ ।

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର କିଛି ବୁଥରେ ଡଙ୍ଗରିଆ ମାନେ ନିଜ ନାଁ ଭୋଟର ତାଲିକାରେ ନଥିବାରୁ ପ୍ରତିବାଦ ଓ ଆନ୍ଦୋଳନ କରିବା ସହ ନିଜ ନାଁ ତାଲିକାରେ ସାମିଲ କରିବା ଦାବିର ଦୃଶ୍ୟ ଗଣମାଧ୍ୟମରୁ ଦେଖି ଚିନ୍ତା ଲାଗୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହାସହ ଓଡିଶାର ବିଭିନ୍ନ ଜିଲ୍ଲାରେ ପଡୋଶୀ ରାଜ୍ୟମାନଙ୍କ ସହ ଥିବା ସୀମା ବିବାଦ ଅଞ୍ଚଳର ଭାଇ-ଭଉଣୀ ମାନଙ୍କର ନାଁ ଭୋଟର ତାଲିକାରେ ନଥିବା କାରଣରୁ ସେମାନଙ୍କର ପ୍ରତିବାଦର ଦୃଶ୍ୟ ମଧ୍ୟ ଦେଖି ଚିନ୍ତିତ ଲାଗୁଛି ବୋଲି ଲେଖିଛନ୍ତି ଧର୍ମେନ୍ଦ୍ର ।

ସ୍ଵାଧୀନତାର 75 ବର୍ଷ ପରେ ଆମେ ଆମର ଭୋଟର ତାଲିକା ସଠିକ ଭାବରେ ପ୍ରସ୍ତୁତ ନକରିପାରିବା ପରିତାପର ବିଷୟ । ରାଜ୍ୟ ସରକାରଙ୍କ ଖାମଖିଆଲ ଏବଂ ଦାୟିତ୍ବହୀନ କାମ ପାଇଁ ରାଜ୍ୟର ସାଧାରଣ ଲୋକମାନେ ସେମାନଙ୍କ ସାମ୍ବିଧାନିକ ଅଧିକାର ଭୋଟଦାନରୁ ବଞ୍ଚିତ ହେଉଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details