ଓଡିଶା

odisha

ETV Bharat / city

ନନ୍ଦନକାନନ ବୁଲିଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, କହିଲେ ଚିଡିଆଖାନା ପାଇଁ ୧୦ ବର୍ଷର ଯୋଜନା ହେବ - ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ

ନନ୍ଦନକାନନ ବୁଲିଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ଦେଶରେ ସମସ୍ତ ଚିଡ଼ିଆଖାନା ଓ ପିଲାଙ୍କ ଭିତରେ ପରିବେଶ ସଚେତନତା ନେଇ ୧୦ ବର୍ଷର ଯୋଜନା କରାଯିବ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ

ନନ୍ଦନକାନନ ବୁଲିଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, କହିଲେ ଚିଡିଆଖାନା ପାଇଁ ୧୦ ବର୍ଷର ଯୋଜନା ହେବ
ନନ୍ଦନକାନନ ବୁଲିଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, କହିଲେ ଚିଡିଆଖାନା ପାଇଁ ୧୦ ବର୍ଷର ଯୋଜନା ହେବ

By

Published : Sep 11, 2022, 7:56 AM IST

ଭୁବନେଶ୍ବର: ଓଡିଶା ଗସ୍ତରେ ଥିବା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଶନିବାର ଭୁବନେଶ୍ବର ସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନ(Nandankanan Zoological Park) ପରିଦର୍ଶନ କରିଛନ୍ତି । ଏହି ସମୟରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ''ଉପକୂଳବର୍ତ୍ତୀ ଅଞ୍ଚଳରେ କିପରି ନୀଳ ଅର୍ଥନୀତି(Blue Economy) ବଢିପାରିବ ଏବଂ ବିପର୍ଯ୍ୟୟ ପରିଚାଳନା ଉପରେ ଆଲୋଚନା କରାଯିବ । ଦେଶରେ ଥିବା ସମସ୍ତ ଚିଡିଆଖାନା ଏବଂ ପିଲାଙ୍କ ଭିତରେ ପରିବେଶ ଶିକ୍ଷା, ସଚେତନତା ଓ ପରିବେଶ ସମ୍ବନ୍ଧୀୟ ଅନେକ ପ୍ରସଙ୍ଗ ଲାଗି ୧୦ ବର୍ଷର ଯୋଜନା ପ୍ରସ୍ତୁତ ହେବ ।''

ନନ୍ଦନକାନନ ବୁଲିଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, କହିଲେ ଚିଡିଆଖାନା ପାଇଁ ୧୦ ବର୍ଷର ଯୋଜନା କରାଯିବ

''ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ପରିବେଶ ଅନୁକୂଳ ମନ୍ତ୍ରକୁ ଭିନ୍ନ ଭିନ୍ନ କ୍ଷେତ୍ରରେ ଆମେ ଲାଗୁ କରିବାକୁ ଚେଷ୍ଟା କରିବୁ । ସାତକୋଶିଆକୁ ଆମେ ସମ୍ପୂର୍ଣ୍ଣ ଅଧ୍ୟୟନ କରୁଛୁ । ଅନ୍ୟ ଜାଗାଗୁଡ଼ିକୁ ମଧ୍ୟ ଅଧ୍ୟୟନ କରୁଛୁ । ବିଶେଷକରି ଓଡ଼ିଶାର ବାଓସ୍ପିଆର ଜାଗାଗୁଡ଼ିକୁ ବିଶେଷଭାବେ ଅଧ୍ୟୟନ କରାଯାଇଛି । ଚିଲିକା ବ୍ୟତୀତ ଅନ୍ୟ ଆର୍ଦ୍ରଭୂମିକୁ ରାମ୍‌ସାର କ୍ଷେତ୍ର ଭାବେ ଘୋଷଣା କରାଯାଇଛି । ସେଗୁଡ଼ିକର ପ୍ରାକୃତିକ ସଂରକ୍ଷଣ ଦିଗରେ କାର୍ଯ୍ୟ କରାଯିବ'' ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ(Union Minister Bhupender Yadav) ।

ଏହାମଧ୍ୟ ପଢନ୍ତୁ:ଜଳବାୟୁ ପରିବର୍ତ୍ତନ କାରଣରୁ ହେଉଛି ପ୍ରାକୃତିକ ବିପର୍ଯ୍ୟୟ: କେନ୍ଦ୍ର ପରିବେଶ ମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ନନ୍ଦନକାନନ ବୁଲିବା ପରେ ପୂର୍ବପେକ୍ଷା ବର୍ତ୍ତମାନ ଏଠାରେ ବହୁତ ଉନ୍ନତି ଘଟିଥିବା କହିଛନ୍ତି । ଦେଶରେ ଯେଉଁ ପ୍ରାଣୀଉଦ୍ୟାନ ରହିଛି ସେମାନଙ୍କ ଉପରେ ଲଗାତାର ନଜର ରଖାଯାଇଛି । ଏହାସହିତ ନନ୍ଦନକାନନରେ ସମସ୍ତ ଜୀବଜନ୍ତୁଙ୍କୁ ଦେଖି ଖୁସି ଲାଗିଲା ସେ କହିଛନ୍ତି ।

ପୋଷଣୀୟ ଉପକୂଳ ପରିଚାଳନା ଜାତୀୟ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଉପକୂଳ ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟ ଉପରେ ଗୁରୁତ୍ବାରୋପ କରିଛନ୍ତି । ସେ କହିଛନ୍ତି, ‘‘ଜଳବାୟୁ ପରିବର୍ତ୍ତନ ଯୋଗୁଁ ପରିବେଶ ଉପରେ ବହୁ କୁପ୍ରଭାବ ପଡୁଛି । ବନ୍ୟା ବାତ୍ୟା ଏବଂ ସୁନାମି ଭଳି ପ୍ରାକୃତିକ ବିପର୍ଯୟ ଦେଖାଦେଇଛି । ତେବେ ଏହାକୁ ରୋକିବାକୁ ସରକାରୀ ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି । ଉପକୂଳ ଅଞ୍ଚଳରେ ଦେଶର ୨୦ ପ୍ରତିଶତ ଜନସଂଖ୍ୟା ରହିଛି । ବେଳାଭୂମିକୁ ସ୍ବଚ୍ଛ ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ସ୍ବଚ୍ଛ ସାଗର ସୁରକ୍ଷିତ ସାଗର ଯୋଜନା ହାତକୁ ନେଇଛନ୍ତି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର କୂଳ ଖାଉଛି ଓ ସମୁଦ୍ର ଜଳସ୍ତର ବଢୁଛି । ଯାହା ଚିନ୍ତାର କାରଣ ପାଲଟିଛି । ’’


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details