ଓଡିଶା

odisha

ETV Bharat / city

ନନ୍ଦନକାନନରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ, ବାଘ ଓ ସିଂହ ଶାବକଙ୍କ କଲେ ନାମକରଣ - ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ନନ୍ଦନକାନନ ବୁଲିଲେ ଜଙ୍ଗଲ ଓ ପରିବେଶ ରାଷ୍ଟ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ(Union Minister Ashwini Choubey)। ନନ୍ଦନକାନନରେ ନବଜାତ ବାଘଛୁଆ ଓ ସିଂହ ଛୁଆର ନାମକରଣ କରିବା ସହ ପରିସର ବୁଲି ଦେଖିଥିଲେ ମନ୍ତ୍ରୀ । ଅଧିକ ପଢନ୍ତୁ

ନନ୍ଦନକାନନରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ
ନନ୍ଦନକାନନରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ

By

Published : Sep 12, 2022, 7:21 AM IST

ଭୁବନେଶ୍ବର:ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ(Nandankanan Zoological Park) ରବିବାର ଗସ୍ତ କରିଥିଲେ ଜଙ୍ଗଲ ଓ ପରିବେଶ ରାଷ୍ଟ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ(Union Minister Ashwini Choubey) । ନନ୍ଦନକାନନରେ ନବଜାତ ବାଘଛୁଆ ଓ ସିଂହ ଛୁଆର ନାମକରଣ କରିବା ସହ ପରିସର ବୁଲି ଦେଖିଥିଲେ ମନ୍ତ୍ରୀ । ବାଘଛୁଆର ନାଁ ହିମାଂଶୀ ଓ ସିଂହ ଛୁଆର ନାଁ କାମିନୀ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ।

ନନ୍ଦନକାନନରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନବଜାତ ବାଘ ଛୁଆ ଓ ସିଂହ ଛୁଆର ନାମକରଣ କରିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ । ମାର୍ଚ୍ଚରେ ଜନ୍ମଗ୍ରହଣ କରିଥିବା ବାଘ ଛୁଆର ନାମ ହିମାଂଶୀ ଓ ସିଂହ ଛୁଆର ନାମ କାମିନୀ ରଖିଛନ୍ତି । ସେହିଭଳି ଏହି ବାଘ ଛୁଆ ଓ ସିଂହ ଛୁଆକୁ ଜୁ କିପର ହେମନ୍ତ ଓ ପ୍ରଶାନ୍ତ ମା’ ଭଳି ପାଳନ କରିଥିବାରୁ ସେମାନଙ୍କୁ ପୁରସ୍କୃତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଏହା ମଧ୍ୟ ପଢନ୍ତୁ:ନନ୍ଦନକାନନ ବୁଲିଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, କହିଲେ ଚିଡିଆଖାନା ପାଇଁ ୧୦ ବର୍ଷର ଯୋଜନା ହେବ

ନନ୍ଦନକାନନ ପରିଦର୍ଶନ ପରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଚିଡ଼ିଆଖାନାକୁ ପ୍ରଶଂସା କରିଥିଲେ । ନନ୍ଦନକାନନ ପଶୁ ଚିକିତ୍ସାଳୟ ବୁଲି ଚିକିତ୍ସାଧୀନ ଚିତା ବାଘ ମଞ୍ଜୁକୁ ଦେଖିବା ସହ ଡାକ୍ତର ଓ ଚିଡ଼ିଆଖାନା ରକ୍ଷକଙ୍କର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ସେହିପରି ନନ୍ଦନକାନନ ପରିଦର୍ଶନ ବେଳେ ଚୌବେ ବର୍ଷକର ସିଂହ ଛୁଆ ବର୍ଷା ଓ ପାଙ୍ଗୋଲିନ ଟ୍ରେନିଂ ସେଣ୍ଟର ବୁଲି ଦେଖିଛନ୍ତି । ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଚୌବେ ନନ୍ଦନକାନନକୁ ବିଶ୍ୱସ୍ତରୀୟ ଚିଡିଆଖାନା ଭାବେ ବିକାଶ ଲାଗି ଯାହା କିଛି ଆର୍ଥିକ ତଥା ମଞ୍ଜୁରିଗତ ସହାୟତା ଆବଶ୍ୟକ ଯୋଗାଇଦେବା ସହ ପ୍ରାଣୀ ଉଦ୍ୟାନର ଆଧୁନିକୀକରଣ ସହିତ ବିଚାରାଧୀନ ସମସ୍ୟାକୁ ତ୍ୱରାନ୍ୱିତ କରିବାକୁ ଖୁବ୍ ଶୀଘ୍ର କାର୍ଯ୍ୟ କରାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଜଙ୍ଗଲ ଓ ପରିବେଶ ରାଷ୍ଟ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ ।

ଓଡିଶା ଗସ୍ତରେ ଥିବା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ମଧ୍ୟ ଶନିବାର ଭୁବନେଶ୍ବର ସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନ(Nandankanan Zoological Park) ପରିଦର୍ଶନ କରିଥିଲେ । ଏହି ସମୟରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ''ଉପକୂଳବର୍ତ୍ତୀ ଅଞ୍ଚଳରେ କିପରି ନୀଳ ଅର୍ଥନୀତି(Blue Economy) ବଢିପାରିବ ଏବଂ ବିପର୍ଯ୍ୟୟ ପରିଚାଳନା ଉପରେ ଆଲୋଚନା କରାଯିବ । ଦେଶରେ ଥିବା ସମସ୍ତ ଚିଡିଆଖାନା ଏବଂ ପିଲାଙ୍କ ଭିତରେ ପରିବେଶ ଶିକ୍ଷା, ସଚେତନତା ଓ ପରିବେଶ ସମ୍ବନ୍ଧୀୟ ଅନେକ ପ୍ରସଙ୍ଗ ଲାଗି ୧୦ ବର୍ଷର ଯୋଜନା ପ୍ରସ୍ତୁତ ହେବ ।''

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details