ଓଡିଶା

odisha

ETV Bharat / city

ଓଡିଶାକୁ ବୁଲବୁଲ ସହାୟତା ଦେଲେ କେନ୍ଦ୍ର ସରକାର - ଓଡିଶା ମିଳିଲା ବୁଲବୁଲ କ୍ଷତିପୂରଣ

ଓଡିଶା ମିଳିଲା ବୁଲବୁଲ କ୍ଷତିପୂରଣ। କେନ୍ଦ୍ର ସରକାର ଦେଲେ ସହାୟତା। କେତେ ଟଙ୍କାର ଦେଲେ ସହାୟତା ପଢନ୍ତୁ ...

PHOTO
କେନ୍ଦ୍ର ସରକାର

By

Published : Dec 3, 2019, 5:30 PM IST

ନୂଆଦିଲ୍ଲୀ: ଗତି କିଛି ଦିନ ତଳେ ଓଡିଶା ଓ ପଶ୍ଚିମବଙ୍ଗରେ ସାମୁଦ୍ରିକ ଝଡ ‘ବୁଲବୁଲ’ ଆସି ଅନେକ କ୍ଷତିଗ୍ରସ୍ତ କରିଥିଲା । ଯଦିଓ ଫନି ତୁଳନାରେ ବୁଲବୁଲ ସେତେଟା କ୍ଷୟକ୍ଷତି କରିନଥିଲା ତଥାପି ଉଭୟ ରାଜ୍ୟରେ ବହୁ ପରିମାଣରି ଫସଲ ସମେତ ବାସଗୃହ ନଷ୍ଟ ହୋଇଥିଲା । ଯାହାର ଆଜି କ୍ଷତି ପୂରଣ ଦେଇଛନ୍ତି କେନ୍ଦ୍ର ସରକାର।


ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିବା କେନ୍ଦ୍ରୀୟ ଟିମର ରିପୋର୍ଟ ଓ ରାଜ୍ୟ ସରକାରଙ୍କ ଦାବିକୁ ଅନୁଧାନ୍ୟ କରି ଆଜି କେନ୍ଦ୍ର ସରକାର ଓଡିଶାକୁ 552କୋଟି ଓ ପଶ୍ଚିମବଙ୍ଗକୁ 414.90 କୋଟି ଟଙ୍କା କ୍ଷତି ପୂରଣ ଦେଇଛନ୍ତି। କେନ୍ଦ୍ର ସରକାର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ଏହି ସହାୟତା ଦେଇଛନ୍ତି।

ଗତ ମେ ମାସରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କରିଥିବା ସାମୁଦ୍ରିକ ବାତ୍ୟା ‘ଫନି’ ପାଇଁ ମଧ୍ୟ ପାଖାପାଖି 5 ହଜାର ଟଙ୍କା ଦେଇସାରିଛନ୍ତି।

ABOUT THE AUTHOR

...view details