ଭୁବନେଶ୍ବର:ଆସନ୍ତା ସୋମବାର ଦିନ କେନ୍ଦ୍ର ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପ-ରାଜ୍ୟପାଳମାନଙ୍କ ସହ ଭର୍ଚୁଆଲ ଯୋଗେ ଆଲୋଚନା କରିବେ । ଭାରତ ସରକାରଙ୍କ ସଚିବ, ବିଭାଗୀୟ ମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଅର୍ଥ ସଚିବ ମଧ୍ୟ ଏଥିରେ ଯୋଗଦେବେ । ଓଡିଶା ସରକାରଙ୍କ ପକ୍ଷରୁ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।
କୋଭିଡ-୧୯ ଯୋଗୁଁ ଅଭିବୃଦ୍ଧି ହ୍ରାସ ପାଇଥିଲା । ମାତ୍ର ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପରେ ଅର୍ଥନୀତି ପୁଣି ତାର ଗତି ଧରିବା ସହ ଏହାର ଉନ୍ନତି ଘଟିଛି । ଏକାଧିକ ଆର୍ଥିକ ସୂଚୀ ବୈଶିକ ମହାମାରୀ ପୂର୍ବାବସ୍ଥାକୁ ସୂଚାଉଛି । ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମଏଫ) ଓ ବିଶ୍ବ ବ୍ୟାଙ୍କର ଆକଳନ ଅନୁସାରେ ଜିଡିପି ଅଭିବୃଦ୍ଧି ଶତକଡା ୯.୫ ଓ ୮.୩ ପ୍ରତିଶତ ଏକ ଦୃତ ଅଭିବୃଦ୍ଧିମୁଖୀ ଅର୍ଥନୀତି ବିବେଚନା କରୁଛି । ନିବେଶକ ଚିନ୍ତାଧାରା ଠିକ ଥିବାବେଳେ ଗତି ଧରିଥିବା ଆର୍ଥିକ ଧାରାକୁ ଆଗେଇ ନେବାର ଆବଶ୍ୟକତା ରହିଛି । ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ମଧ୍ୟରେ ୬୪ ବିଲିୟନ ଡଲାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ହୋଇଛି । ୨୦୨୧-୨୨ କେନ୍ଦ୍ରୀୟ ବଜେଟରେ ମଧ୍ୟ ବିଦେଶୀ ପୁଞ୍ଜି ଆଗମନ ପାଇଁ ଅନେକ ଆବଶ୍ୟକ ପଦକ୍ଷେପ ନିଆଯାଉଛି ।