ଓଡିଶା

odisha

ETV Bharat / city

ଏଥର ଦୀପାବଳି ବିଦ୍ୟାଞ୍ଜଳି: କେନ୍ଦ୍ର ଶିକ୍ଷାମନ୍ତ୍ରୀ - video message

ଆଜି ଦୀପାବଳି । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଲୋକର ପର୍ବ ଦୀପାବଳିରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By

Published : Nov 4, 2021, 8:27 AM IST

ଭୁବନେଶ୍ବର:ଆଜି ଦୀପାବଳି । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଲୋକର ପର୍ବ ଦୀପାବଳିରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମସ୍ତେ ନିଜର ଜ୍ଞାନ ଏବଂ କୌଶଳକୁ ଅନ୍ୟମାନଙ୍କ ସହ ବାଣ୍ଟିବା ତଥା ସ୍କୁଲ ପିଲା ମାନଙ୍କୁ ବିଦ୍ୟାଦାନ ପାଇଁ “ ବିଦ୍ୟାଞ୍ଜଳି’ରେ ଯୋଡ଼ିହେବାକୁ ଓଡିଶାବାସୀଙ୍କୁ କହିଛନ୍ତି ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ ବାର୍ତ୍ତା

ଆଲୋକ ଏବଂ ଉଲ୍ଲାସର ପର୍ବ ତଥା ଅଜ୍ଞାନର ଅନ୍ଧକାରକୁ ଦୂର କରିବାର ଅବସର ଦୀପାବଳିରେ ସମସ୍ତେ ନିଜର ଜ୍ଞାନ ଏବଂ କୌଶଳକୁ ଅନ୍ୟମାନଙ୍କ ସହ ବାଣ୍ଟନ୍ତୁ । ସ୍କୁଲ ପିଲା ମାନଙ୍କୁ ବିଦ୍ୟାଦାନ ପାଇଁ “ ବିଦ୍ୟାଞ୍ଜଳି’ରେ ଯୋଡ଼ିହେବା ପାଇଁ ଓଡିଶା ସମେତ ଦେଶର ଜନସାଧାରଣଙ୍କୁ ଏକ ଭିଡିଓ ବାର୍ତ୍ତା ଜରିଆରେ ନିବେଦନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶବାସୀଙ୍କୁ ପବିତ୍ର ଦୀପାବଳିର ଶୁଭକାମନା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦୀପାବଳିର ଶୁଭ ଅବସରରେ ସମସ୍ତେ କିଛି ଦେବାରେ ଖୁସି ଅନୁଭବ କରିଥା'ନ୍ତି | ସବୁ ଧର୍ମରେ ଦାନର ପ୍ରଥା ରହିଛି । ଆମ ସଂସ୍କୃତିରେ ପ୍ରାଚୀନ କାଳରୁ ଦାନର ପରମ୍ପରା ରହିଆସିଛି । ଦିପାବଳୀରେ ଲୋକମାନେ ବିଶେଷ ରୂପରେ ସାମଗ୍ରୀ ଏବଂ ଧନ ଦାନ କରିଥାନ୍ତି । “ ବିଦ୍ୟାଦାନ” ର ମହତ୍ଵ ଉପରେ ବର୍ଣ୍ଣନା କରିବା ସହ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସମସ୍ତଙ୍କ ପାଖରେ କିଛି ନା କିଛି ବିଶେଷତ୍ଵ, ଜ୍ଞାନ ଏବଂ କୌଶଳ ରହିଛି । ପିଲାମାନଙ୍କୁ ବିଦ୍ୟାଦାନ କରିବାଠୁ ଅଧିକ ଖୁସି କିଛିନାହିଁ ।

ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ନିଜର ବିଦ୍ୟାଳୟରେ ସାମୂହିକ ଭାଗିଦାରୀ ଏବଂ ଦାୟିତ୍ଵର ସହ ଜ୍ଞାନ ଏବଂ ବିଦ୍ୟାଦାନ କରିବାର ଭାବନାକୁ ଉଜ୍ଜିବୀତ କରିବାର ସୁଯୋଗ ଦେଇଛି । ପିଲାମାନଙ୍କ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ଲୋକଙ୍କ ଭାବନାକୁ ଜାଗ୍ରତ କରିବା ଜରୁରୀ । ବିଦ୍ୟାଳୟରେ ଭାଗିଦାରୀ ପାଇଁ ଜନଆନ୍ଦୋଳନ ଆରମ୍ଭ କରିବା ପାଇଁ “ ବିଦ୍ୟାଞ୍ଜଳି ” ଭଳି ଏକ ପଦକ୍ଷେପ ହାତକୁ ନିଆଯାଇଛି । ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ବିଦ୍ୟାଳୟକୁ ବାଛି କେବଳ ଗୋଟିଏ ପିରିୟଡ ପାଇଁ ପିଲାମାନଙ୍କ ସହ କଥା ହୁଅନ୍ତୁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ରାଷ୍ଟ୍ର ନିର୍ମାଣରେ ସବୁ ବ୍ୟକ୍ତିଙ୍କ ଶକ୍ତିକୁ ଯୋଡ଼ିବାକୁ ହେବ । ବିଦ୍ୟାଦାନ ପାଇଁ ଦିପାବଳୀର ଶୁଭ ପର୍ବ ଠାରୁ ଆଉ କୌଣସି ଭଲ ଦିନ ହୋଇ ନ ପାରେ । ଇଚ୍ଛୁକ ନାଗରିକମାନେ ବିଦ୍ୟାଞ୍ଜଳିର ଶିକ୍ଷା ମନ୍ତ୍ରଣାଳୟର ୱେବସାଇଟ୍ କିମ୍ବା ଗୁଗୁଲରେ ବିଦ୍ୟାଞ୍ଜଳି ବିଷୟରେ ଜାଣିବା ସହ ଏଥିରେ ସାମିଲ ହୋବାକୁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ବିଦ୍ୟାଞ୍ଜଳିକୁ ଗୋଟିଏ ଜନଆନ୍ଦୋଳନର ରୂପ ଦେଇ ଏଥିରେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଯୋଡ଼ିବାର ସୁଯୋଗ ଦେବା ପାଇଁ ପଡ଼ିବ । ଏହି ଅଭିନବ ଜନଅଭିଯାନ ପାଇଁ କିଛି ପରାମର୍ଶ ଦେବାକୁ ଚାହୁଁଥିଲେ ଶିକ୍ଷା ମନ୍ତ୍ରଣାଳୟର ୱେବସାଇଟ ମାଧ୍ୟମରେ ଜଣାଇପାରିବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ABOUT THE AUTHOR

...view details