ଓଡିଶା

odisha

By

Published : Oct 17, 2021, 2:00 PM IST

ETV Bharat / city

‘ଶିକ୍ଷାର ଗୁଣାତ୍ମକ ବିକାଶ ସହିତ ସମାନତାକୁ ଗୁରୁତ୍ବ’

ଶିକ୍ଷାର ଗୁଣାତ୍ମକ, ମୂଲ୍ୟାତ୍ମକ ଓ ସମାନତା ଉପରେ ଅଧିକ ଗୁରୁତ୍ବାରୋପ କରାଯାଉଛି । ବଲାଙ୍ଗୀର ସ୍ଥିତ ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟର ଆଲୁମିନି ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଶିକ୍ଷା କ୍ଷେତ୍ରରେ ଅନେକ ସଂସ୍କାର ଅଣାଯାଇଛି । ଜାତୀୟ ଶିକ୍ଷାନୀତି ଉପରେ ଗୁରୁତ୍ବ ଦିଆଯାଉଛି । ଶିକ୍ଷାର ଗୁଣାତ୍ମକ, ମୂଲ୍ୟାତ୍ମକ ଓ ସମାନତା ଉପରେ ଅଧିକ ଗୁରୁତ୍ବାରୋପ କରାଯାଉଛି । ବଲାଙ୍ଗୀର ସ୍ଥିତ ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟର ଆଲୁମିନି ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବଲାଙ୍ଗୀର ସ୍ଥିତ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଆଲୁମିନି ଦ୍ବାରା ଏକ ୱେବିନାର ଆୟୋଜିତ ହୋଇଛି । ଯେଉଁଥିରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ କ୍ବିଲିଟି, କ୍ବାଣ୍ଟିଟି ଏବଂ ଇକ୍ୟୁଇଟି” ଶୀର୍ଷକ ଭର୍ଚୁଆଲ ଆଲୋଚନା ଚକ୍ରରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅଣାଯାଉଥିବା ସଂସ୍କାର, ଜାତୀୟ ଶିକ୍ଷା ନୀତିରେ ଶିକ୍ଷା ସହ ଦକ୍ଷତାକୁ ଗୁରୁତ୍ବ ଏବଂ ଆଲୁମିନିର ଭୂମିକା ଉପରେ ଆଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ।

ଜ୍ଞାନ ଆଧାରରେ ଏକ ବିକଶିତ ସମାଜ ଗଠନ ଦିଗରେ ସମର୍ପିତ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ନିକଟରେ ଏହି ବିଶ୍ବବିଦ୍ୟାଳୟକୁ ୟୁଜିସି ପକ୍ଷରୁ ମାନ୍ୟତା ଦିଆଯାଇଛି । ବିଶ୍ବବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥିପାଇଁ ବିଶ୍ବବିଦ୍ୟାଳୟ ସହ ଜଡ଼ିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details