ଭୁବନେଶ୍ବର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125ତମ ଜୟନ୍ତୀ ପାଳନ ନେଇ ହାଇ ପାଓ୍ବାର କମିଟି ଗଠିତ । କମିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ । କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀଙ୍କ ଦ୍ବାରା ଗଠିତ କମିଟିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନ ମିଳିଛି । ଏହି କମିଟିର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି । 23 ଜାନୁୟାରୀ, 2021 ରୁ ଏକ ବର୍ଷର ସ୍ମୃତିଚାରଣ ପାଇଁ କାର୍ଯ୍ୟକଳାପ ଉପରେ କମିଟି ନିଷ୍ପତ୍ତି ନେବ। ଉଚ୍ଚସ୍ତରୀୟ କମିଟିରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସାମିଲ । ଏହି ସ୍ମୃତି ସମାରୋହକୁ ଭାରତର ସ୍ବାଧୀନତା ସଂଗ୍ରାମରେ ନେତାଜୀଙ୍କ ଅବଦାନ ପାଇଁ କୃତଜ୍ଞତାର ଚିହ୍ନ ଭାବରେ ପାଳନ କରାଯାଉଛି ।
କମିଟିର ସଦସ୍ୟମାନେ ବିଶେଷଜ୍ଞ, ଐତିହାସିକ, ଲେଖକ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରିବାର ସଦସ୍ୟ ତଥା ଆଜାଦ ହିନ୍ଦ ଫୌଜ-ଆଇଏନଏ ସହ ଜଡିତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସାମିଲ କରାଯାଇଛି। ଦିଲ୍ଲୀ, କୋଲକାତା ତଥା ନେତାଜୀ ଏବଂ ଆଜାଦ ହିନ୍ଦ ଫୌଜ ସହ ଜଡିତ ଅନ୍ୟାନ୍ୟ ସ୍ଥାନ ତଥା ଭାରତ ତଥା ବିଦେଶରେ ଏହି କମିଟି ମଧ୍ୟ ମାର୍ଗଦର୍ଶନ ହେବ।