ଭୁବନେଶ୍ବର: ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (PMKSY)ର ସମ୍ପ୍ରସାରଣକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି । ଫଳରେ ଓଡ଼ିଶା ସମେତ ଦେଶର ୨୨ ଲକ୍ଷ ଚାଷୀ ଲାଭ ପାଇବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାକୁ ଆର୍ଥିକ ବର୍ଷ ୨୦୨୫- ୨୬ ପର୍ଯ୍ୟନ୍ତ ଜାରି ରଖିବା ନିଷ୍ପତିକୁ ଅନୁମୋଦନ ମିଳିଛି । ଫଳରେ ଦ୍ଵାରା ଓଡ଼ିଶା ସମେତ ଦେଶର ୨୨ ଲକ୍ଷ ଚାଷୀ ଲାଭ ପାଇବେ ବୋଲି ଟ୍ଵିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
PMKSY ସମ୍ପ୍ରସାରଣକୁ କେନ୍ଦ୍ର କ୍ୟାବିନେଟର ମୋହର, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର ଚାଷୀଙ୍କ କଲ୍ୟାଣ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାକୁ ଆର୍ଥିକ ବର୍ଷ ୨୦୨୧ -୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ଜାରି ରଖିବା ପାଇଁ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଧନ୍ୟବାଦ ଜଣାଇଛନ୍ତି । ଏହି ଐତିହାସିକ ନିଷ୍ପତ୍ତି ଦ୍ଵାରା ଦେଶର ୨.୫ ଲକ୍ଷ ଅନୁସୂଚିତ ଜାତି ଏବଂ ୨ ଲକ୍ଷ ଅନୁସୂଚିତ ଜନଜାତି ବର୍ଗର ଚାଷୀଙ୍କ ସମେତ ମୋଟ ୨୨ ଲକ୍ଷ ଚାଷୀ ଲାଭାନ୍ବିତ ହେବେ ।
ଏହି ଯୋଜନା ଅନ୍ତର୍ଗତ ଆଗାମୀ ୬ ବର୍ଷ ମଧ୍ୟରେ ୭୬ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବାର ଯୋଜନା କରାଯାଇଛି । ଯାହା ଫଳରେ ଭାରତକୁ ଏକ ବିଶ୍ବସ୍ତରୀୟ ଇଲୋକ୍ଟ୍ରୋନିକ ହବରେ ଭାବରେ ବିକଶିତ କରିବା, ମେକ୍ ଇନ୍ ଇଣ୍ଡିଆକୁ ଗତି ଦେବା, ସେମିକଣ୍ଡକ୍ଟର ଚିପ୍ସର ଡିଜାଇନ, ଫେବ୍ରିକେସନ, ପ୍ୟାକେଜିଂ କ୍ଷେତ୍ରରେ ରୋଜଗାର ଏବଂ ସୁରୋଜଗାରର ସୁଯୋଗ ତିଆରି କରିବା ଦିଗରେ ଏହା ଏକ ମହତ୍ଵପୂର୍ଣ୍ଣ ପଦକ୍ଷେପ ହେବ ।
ସେହିପରି ଏହା ବ୍ୟତୀତ ରୂପେ ଡେବିଟ୍ କାର୍ଡ ତଥା କମ୍ ମୂଲ୍ୟର ଭିମ୍ ୟୁପିଆଇ ଟ୍ରାନଜାକ୍ସନକୁ ପ୍ରୋତ୍ସାହନ ଦେବା ପାଇଁ ୧୩୦୦ କୋଟିର ସହାୟତା ରାଶିକୁ କ୍ୟାବିନେଟ ମଞ୍ଜୁର ଦେଇଛି । ଏହି ନିଷ୍ପତ୍ତି ଡ଼ିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଅଧିକ ବଢ଼ାଇବାରେ ସହାୟକ ହେବ ବୋଲି କହିବା ସହ କ୍ୟାବିନେଟ ଅନୁମୋଦନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ