ଭୁବନେଶ୍ବର: ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆର ଠକେଇ ମାମଲାରେ ସିବିଆଇର ମାମଲା ରୁଜୁ । ଋଣ ଜାଲିଆତି କରିଥିବା ସଂସ୍ଥା ଗୁଡିକ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ। ମାମଲା ରୁଜୁ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ କରିଛି ।
ଭୁବନେଶ୍ୱରରେ ଥିବା ୟୁନିୟନ ବ୍ୟାଙ୍କ ଶାଖାରେ ଗୃହ ଋଣ ଆବଣ୍ଟନରେ ହୋଇଥିବା ଜାଲିଆତିକୁ ନେଇ ସିବିଆଇ ତଦନ୍ତ କରୁଛି । ଏହି ମାମଲାରେ ୬ ଜଣ ବିଲଡର ଓ 3 ଜଣ ବ୍ୟାଙ୍କ ବରିଷ୍ଠ କର୍ମଚାରୀଙ୍କ ସହ ୪୪ ଜଣ ଲୋକମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।
ଗୃହ ଋଣ ନାମରେ ବ୍ୟାଙ୍କ ଠାରୁ ୨୫ କୋଟି ଟଙ୍କା ଠକେଇ ଅଭିଯୋଗ ହେବା ପରେ ବ୍ୟାଙ୍କ ପକ୍ଷରୁ ସିବିଆଇକୁ ତଦନ୍ତ କରିବାକୁ ଦିଆଯାଇଛି । ତେବେ ଏଥିରେ ସମ୍ପୃକ୍ତ ଥିବା 3 ଜଣ ବ୍ୟାଙ୍କ କର୍ମଚାରୀ ହେଉଛନ୍ତି ଭୁବନେଶ୍ୱର ମହାପାତ୍ର, ଅଶ୍ୱନି ପାତ୍ର ଓ ରାଜେଶ ପାତଙ୍ଗ ।