ଭୁବନେଶ୍ବର: ରାଜ୍ୟରେ ଚୋରା ଚାଲାଣ ହେଉଛି ରତ୍ନ ପଥର । କୋଟି କୋଟି ଟଙ୍କାର ଚୋରା ଚାଲାଣ କରୁଛନ୍ତି ରତ୍ନପଥର ମାଫିଆ । ଯାହାର ଖୁଲାସା କରିଛି ଏସଟିଏଫ ଟିମ । କଳାହାଣ୍ଡି ଜୁନାଗଡ ଅଞ୍ଚଳରେ ଚୋରା ଚୋଲାଣ କରୁଥିବା ଜଣେ ସ୍ମଗଲରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଟିମ । ପାଖାପାଖି କୋଟିଏ ଟଙ୍କାର ରତ୍ନ ପଥର ଜବତ କରାଯାଇଛି । ୪ଟି ବ୍ୟାଗରେ ଭର୍ତ୍ତି ରତ୍ନ ପଥରକୁ ଘରେ ଲୁଚାଇ ରଖିଥିବା ଅଭିଯୋଗରେ ଜୁନାଗଡ ପଲାସର ସୁଜିତ କୁମାର ମେହେରକୁ ଗିରଫ କରିଛି ଏସଟିଏଫ ଟିମ ।
ତା' ଠାରୁ ୩୦୨ କେଜିର( ରୁବି ଏବଂ ପାନା ) ଅନେକ ପ୍ରକାରର ରତ୍ନପଥରକୁ ଜବତ କରିଛି ଏସଟିଏଫ ଟିମ । ଆଇପିସିର ଧାରା ୩୭୯/୪୧୧ଏବଂ ଓଡିଶା ମିନେରାଲ ପ୍ରିଭେନସନ ଥେପ୍ଟ ସେକ୍ସନ ୧୨ରେ, ସ୍ମଗଲି ୧୯୮୮ ଆକ୍ଟରେ ଗିରଫ କରାଯାଇଛି । ତେବେ ଏହି ଦୁର୍ଲଭ ପଥର ବିଶେଷ କରି ଗହଣା ଦୋକାନ ଏବଂ ଫେନସୁଇ ସୋ ରୁମରେ ମିଳେ । ଅନେକ ଲୋକଙ୍କ ବିଶ୍ବାସ ଓ ଧର୍ମକୁ ଦୃଷ୍ଟିରେ ରଖି ମୁଦି ଆକାରରେ ଏହି ପଥର ପିନ୍ଧିଥାନ୍ତି ଲୋକେ । ଗୋଟିଏ ଛୋଟ ପଥରକୁ ୩୦୦ରୁ ୧୦୦୦ ଟଙ୍କା ପର୍ଯନ୍ତ ବିକ୍ରି ହୋଇଥାଏ । ତେବେ ଏହି ପଥର ବିଶେଷ କରି କଳାହାଣ୍ଡି ଅଞ୍ଚଳରେ ବିଗତ ୨୦ ବର୍ଷ ପୂର୍ବେ ସେଠାରେ ମାଟିତଳୁ ବାହାରୁଥିଲା ।