ଓଡିଶା

odisha

By

Published : May 11, 2021, 11:04 AM IST

Updated : May 11, 2021, 11:11 AM IST

ETV Bharat / city

ରାଜ୍ୟରେ ତାଲାବନ୍ଦ, ଉତ୍କଟ ହେଉଛି ବେକାରୀ ସମସ୍ୟା

ଦେଶରେ କୋରୋନା ସଂକ୍ରମଣକୁ ନେଇ ବିଭିନ୍ନ ସ୍ଥାନରେ କଟକଣା ଲଗାଯାଇଛି । ଫଳରେ ବଢୁଛି ବେକାରୀ ସମସ୍ୟା । କୋରୋନାର ଦ୍ବିତୀୟ ଲହର ଲୋକଙ୍କ ଜୀବନ ସହ ଜୀବିକା ଛଡ଼ାଇ ନେଇଛି । କୋରୋନା ଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହେଉଛି ଫଳରେ ରୋଜଗାର ହରାଉଛନ୍ତି ଲକ୍ଷାଧିକ ଲୋକ । ଅଧିକ ପଢନ୍ତୁ...

ଉତ୍କଟ ହେଉଛି ବେକାରୀ ସମସ୍ୟା
ଉତ୍କଟ ହେଉଛି ବେକାରୀ ସମସ୍ୟା

ଭୁବନେଶ୍ବର: ଦେଶରେ କୋରୋନା ସଂକ୍ରମଣକୁ ନେଇ ବିଭିନ୍ନ ସ୍ଥାନରେ କଟକଣା ଲଗାଇଯାଇଛି । ଫଳରେ ବଢୁଛି ବେକାରୀ ସମସ୍ୟା । କୋରୋନାର ଦ୍ବିତୀୟ ଲହର ଲୋକଙ୍କ ଜୀବନ ସହ ଜୀବିକା ଛଡ଼ାଇ ନେଇଛି । କୋରୋନା ଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହେଉଛି ଫଳରେ ରୋଜଗାର ହରାଉଛନ୍ତି ଲକ୍ଷାଧିକ ଲୋକ । ଗତ ଏପ୍ରିଲରେ ଦେଶର ବେକାରୀ ହାର ପ୍ରାୟ ୮ ପ୍ରତିଶତରେ ପହଞ୍ଚିଛି, ଯାହାକି ଚାରି ମାସରେ ସର୍ବୋଚ୍ଚ ସ୍ତର ।

ମାର୍ଚ୍ଚ ମାସରେ ଏହି ହାର ୬.୫ ପ୍ରତିଶତି ଥିବା ବେଳେ ଏପ୍ରିଲରେ ତାହା ୭.୯ ପ୍ରତିଶତରେ ପହଞ୍ଚିଛି ବୋଲି ସେଣ୍ଟର ଫର ମନିଟରିଂ ଇଣ୍ଡିଆ ଇକୋନୋମି (ସିଏମ୍‌ଆଇଇ) ଆକଳନ କରିଛି । ସେହିପରି ମେ ମାସରେ ବେକାରୀ ହାର ଭାରତରେ ୮.୧୯ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳରେ ଏହା ୧୦.୫୨ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୭.୧୧ ପ୍ରତିଶତ ରହିଛି । ସେହିପରି ଓଡ଼ିଶାରେ ୧.୯ ପ୍ରତିଶତ ରହିଛି ।

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବେକାରୀ ହାର ଅପେକ୍ଷାକୃତ କମ୍ ଥିଲେ ମଧ୍ୟ ଆଗକୁ ଆହୁରି ଉତ୍କଟ ସମସ୍ୟା ସୃଷ୍ଟି ହେବ । ଏହାସହ ରାଜ୍ୟର ପାଖାପାଖି ୮ ପାଖାପାଖି ଲକ୍ଷ ଲୋକ ରୋଜଗାର ହରାଇବେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । କୋରୋନା ସଂକ୍ରମଣ ଦେଶ ଅର୍ଥନୀତିକୁ ପ୍ରଭାବିତ କରିଛି । ବିଭିନ୍ନ ରାଜ୍ୟରେ ଘୋଷଣା କରାଯାଇଥିବା ଲକଡାଉନ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଏହାର ସିଧାସଳଖ ପ୍ରଭାବ ଦେଶର ନିଯୁକ୍ତି କ୍ଷେତ୍ର ଉପରେ ପଡିଛି ।

ମେ ମାସରେ ମଧ୍ୟ ନିଯୁକ୍ତି ସ୍ଥିତି ଭଲ ରହିନପାରେ ବୋଲି ସିଏମଆଇଇର ପୂର୍ବାନୁମାନ କରିଛି । ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ବେକାରୀ ହାର ଉତ୍କଟ ରହିଛି । ବିଭିନ୍ନ ରାଜ୍ୟ ଲକଡ଼ାଉନ ପ୍ରକ୍ରିୟାକୁ ଆସୁଥିବାରୁ ଶ୍ରମ କ୍ଷେତ୍ରରେ ଯୋଗଦାନର ଅନୁପାତ ଏପ୍ରିଲରେ ୪୦ ପ୍ରତିଶତକୁ ହ୍ରାସ ପାଇଛି । ଦେଶର ବେକାରୀ ହାର ଗତବର୍ଷ ମେ ରେ ୨୧ ପ୍ରତିଶତ ଭଳି ସର୍ବୋଚ୍ଚ ସ୍ତରରେ ପହଞ୍ଚିପାରେ ବୋଲି ଆକଳନ କରାଯାଉଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : May 11, 2021, 11:11 AM IST

ABOUT THE AUTHOR

...view details