ଓଡିଶା

odisha

ବେକାରୀ ସଂଖ୍ୟା ନେଇ ବିରୋଧୀ ଦଳ ନେତାଙ୍କ ଉଦବେଗ

By

Published : Feb 20, 2020, 3:01 PM IST

ରାଜ୍ୟରେ ବଢିଚାଲିଛି ବେକାରୀ ସଂଖ୍ୟା । ପ୍ରତିଶୃତି ମୁତାବକ ସରକାର ନିଯୁକ୍ତି ଦେବାରେ ବିଫଳ । ପଢନ୍ତୁ ସଂପୂର୍ଣ୍ଣ ଖବର...

ବିରୋଧୀ ଦଳନେତା
ବିରୋଧୀ ଦଳନେତା

ଭୁବନେଶ୍ବର: ରାଜ୍ୟର ବେକାରୀ ସମସ୍ଯାକୁ ନେଇ ଗୁରୁବାର ଶୂନ୍ୟକାଳରେ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ବେକାରୀ ସଂଖ୍ୟା ନେଇ ବିରୋଧୀ ଦଳନେତାଙ୍କ ଉଦବେଗ

ପ୍ରଦୀପ୍ତ କହିଛନ୍ତି 22 ଲକ୍ଷ 57 ହଜାର ବେକାରୀ ଯୁବକ ଯୁବତୀ ନାଁ ପଞ୍ଜିକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ସରକାର ନିଯୁକ୍ତି ଦେଇଛନ୍ତି ମାତ୍ର 26 ହଜାର ଆଶାୟୀଙ୍କୁ । ତଥ୍ଯ ଦେଇ ଦର୍ଶାଇଥିଲେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସବୁଠୁ ଅଧିକ 55, 556 ବେକାରୀ ଅଛନ୍ତି ।

ରାଜ୍ୟ ସରକାର କେବଳ ସଫଳତାର କାହାଣୀ କହି ଗୋଲାପୀ ଚିତ୍ର ଆଙ୍କିଛନ୍ତି । କିନ୍ତୁ ବାସ୍ତବତା ପୁରା ଭିନ୍ନ । ରାଜ୍ୟରେ ଏବେବି 9 ଲକ୍ଷ 11 ହଜାର ଶୀକ୍ଷିତ ବେକରୀ ଚାକିରୀ ଆଶାରେ ଅଛନ୍ତି । ଏପରିକି ନିଯୁକ୍ତି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦେଇଥିବା ପ୍ରତିଶୃତି ପାଳନ କରିନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details