ଭୁବନେଶ୍ବର: ରାଜଧାନୀରେ ଅଣାୟତ୍ତ ଡେଙ୍ଗୁ । ଘରକୁ ଘର ବ୍ୟାପୁଛି ଡେଙ୍ଗୁ ଜର । ଏହାକୁ ନେଇ ବିଏମସି ଡେଙ୍ଗୁ ସ୍ଥିତି ପରଖିବା ପାଇଁ ଡାକ୍ତରୀ ଦଳ ବିଭିନ୍ନ ଡେଙ୍ଗୁ ପ୍ରଭାବିତ ସ୍ଥାନ ବୁଲୁଛନ୍ତି । ସରକାରୀ ହିସାବ ଠାରୁ ଲୋକଙ୍କ ହିସାବରେ ଡେଙ୍ଗୁ ରୋଗୀ ଅଧିକ ବୋଲି ଜଣାପଡିଛି । ବିଏମସିର ଏଭଳି ମନମୁଖୀ କାର୍ଯ୍ୟକଳାପକୁ ନେଇ ରାଜଧାନୀବାସୀ ଉଦବେଗ ପ୍ରକାଶ କରିଛନ୍ତି । ତେଣୁ, ରାଜଧାନୀରେ ଡେଙ୍ଗୁ ମୁକାବିଲା ପାଇଁ ବିଏମସିର ପ୍ରଚେଷ୍ଠା ଚାଲିଛି ।
ନିଳାଦ୍ରୀବିହାର ଇଶାନେଶ୍ବର ମନ୍ଦିର ନିକଟରୁ ଡେଙ୍ଗୁ ପ୍ରତିକାର ଅଭିଯାନ ଆରମ୍ଭ କରିଛି ବିଏମସି । ଘର ଘର ବୁଲି ଲୋକମାନଙ୍କୁ ସଚେତନତା କରାଯାଉଛି । ଡେଙ୍ଗୁର ଲକ୍ଷଣ ସହ ନିରାକରଣ ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି । ବର୍ଷା ଦିନ ଶେଷ ପର୍ଯ୍ୟନ୍ତ ଏହି ସଚେତନ କାର୍ଯ୍ୟକ୍ରମ ଚାଲିବ । ଶୈଳଶ୍ରୀ ବିହାର ଓ ନୀଳାଦ୍ରି ବିହାରର ଅନେକ ବସ୍ତି ଓ ଅନ୍ୟ ଅଞ୍ଚଳକୁ ଫୋକସ କରାଯିବ । ରାଜଧାନୀରେ ବିଭିନ୍ନ ନାଳନର୍ଦ୍ଦମା ସଫେଇ ସହ ଅନାବନା ଜଙ୍ଗଲକୁ ସଫା କରିବାକୁ କାର୍ଯ୍ୟ ଆଗେଇ ନିଆଯାଇଛି ।