ଓଡିଶା

odisha

ETV Bharat / city

ଆସନ୍ତା 24 ଘଣ୍ଟାରେ ପୁଣି ଫେରିବ ଅସହ୍ୟ ଶୀତ - ରାଜ୍ୟରେ ପୁଣି ଅସହ୍ୟ ଶୀତ ଅନୁଭୂତ

ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ଅସହ୍ୟ ଶୀତ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଅଧିକ ପଢନ୍ତୁ...

Unbearable winter will return in the next 24 hours in Odisha
ଆସନ୍ତା 24 ଘଣ୍ଟାରେ ପୁଣି ଫେରିବ ଅସହ୍ୟ ଶୀତ

By

Published : Jan 11, 2021, 6:47 PM IST

ଭୁବନେଶ୍ବର: ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପୁଣି ପାରଦ ତଳକୁ ଖସି ଅସହ୍ୟ ଶୀତ ଅନୁଭୂତ ହେବ ବୋଲି ସୋମବାର ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଅସହ୍ୟ ଶୀତରେ ଘନ କୁହୁଡି ଲାଗି ରହିବାର ଆଶଙ୍କା ଥିବାରୁ 6ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆସନ୍ତା 24 ଘଣ୍ଟାରେ ପୁଣି ଫେରିବ ଅସହ୍ୟ ଶୀତ

ରାଜ୍ୟର ଝାରସୁଗୁଡା, ମୟୂରଭଞ୍ଜ, ଅନୁଗୁଳ, ସମ୍ବଲପୁର, ବରଗଡ଼, କେନ୍ଦୁଝର ଜିଲ୍ଲାରେ ତାପମାତ୍ରା 2 ରୁ 3 ଡିଗ୍ରୀ ତଳକୁ ଖସିବ । ସେହିପରି ଉପକୂଳ ଓଡ଼ିଶାରେ ୪୮ ଘଣ୍ଟା ପରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ଖସିବ। ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, ଜଗତସିଂହପୁର, କଟକ,ବୌଦ୍ଧ ଜିଲ୍ଲାରେ ଘନ କୁହୁଡି ଲାଗି ରହିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ସେହିପରି ଅନ୍ୟ ସ୍ଥାନ ଗୁଡିକରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡି ଲାଗି ରହିବ। ଗତ ୨୪ ଘଣ୍ଟାରେ ଉପକୂଳ ଜିଲ୍ଲାଗୁଡିକରେ ତାପମାତ୍ରା ୧୮ ରୁ ୨୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୫ ରୁ ୧୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । କୋରାପୁଟରେ ୧୩.୬, ଦାରିଙ୍ଗିବାଡିରେ ୧୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details