ଭୁବନେଶ୍ବର: ପୌର ନିର୍ବାଚନ ଫଳାଫଳକୁ ନେଇ ଏବେ ରାଜ୍ୟ ବିଜେପିରେ ସୃଷ୍ଟି ହୋଇପାରେ ବଡଧରଣର କମ୍ପନ । ବିଶେଷ କରି ଭୁବନେଶ୍ବର ମହାନଗର ନିଗମ(ବିଏମସି) ରେ ବିଜେପିର ନୈରାଷ୍ୟଜନକ ପ୍ରଦର୍ଶନ ଉପରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମନ୍ତବ୍ୟକୁ ନେଇ ବିଜେପି ରାଜ୍ୟ ଉପ-ସଭାପତି ମହାମେଘ ବାହାନ ଐର ଖାରବେଳ ସ୍ବାଇଁ ମୁହଁ ଖୋଲିଛନ୍ତି ।
ଖାରବେଳ ସ୍ବାଇଁ କହିଛନ୍ତି ପୌର ନିର୍ବାଚନରେ ଦଳର ପ୍ରଦର୍ଶନ ସନ୍ତୋଷ ଜନକ ନୁହେଁ । କିନ୍ତୁ ଦଳର ନେତୃତ୍ବ ଦାୟୀ କରିବା ଉଚ୍ଚିତ ନୁହେଁ । ପରୋକ୍ଷରେ ଖାରବେଳ ଅପରାଜିତାଙ୍କୁ ସମାଲୋଚନା କରି କହିଛନ୍ତି ସେ ନିଜେ ସବୁ କଲେ, ପ୍ରାର୍ଥୀ ସ୍ଥିର କଲେ, ପ୍ରଚାରରେ ଆମକୁ କେହି ଡାକିଲେ ନାହିଁ। ଦଳର ସମସ୍ତ ନେତା ଏକଜୁଟ ହୋଇ ଲଢିପାରିଲେନି। ସମସ୍ତଙ୍କୁ ସାଙ୍ଗରେ ନେବାର ଦାୟିତ୍ବ କାହାର ? ସାଂସଦ ତାଙ୍କ ଦାୟିତ୍ବ ଠିକ ଭାବେ ତୁଲାଇଛନ୍ତି କି? ସାଂସଦ କାହାକୁ ଡାକିଲେ ନାହିଁ ପ୍ରଚାର ପାଇଁ।