ଭୁବନେଶ୍ବର : ଲୋୟର ପିଏମଜିରେ ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କ ଧାରଣା । ହାତରେ ପ୍ଲା କାର୍ଡ ଧରି ନିଜ ଦେଶରେ ଶିକ୍ଷାର ଅଧିକାର ଦେବାକୁ ଦାବୀ କରି ଶୋଭାଯାତ୍ରା କରିଥିଲେ ଶହ ଶହ ଛାତ୍ରଛାତ୍ରୀ । ଭାରତର ମେଡିକାଲ କଲେଜରେ ସେମାନଙ୍କ ଆଡ଼ମିଶନ ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ଦାବୀ କରିଛନ୍ତି ।
କାରଣ ୟୁକ୍ରେନରେ ଏପର୍ଯ୍ୟନ୍ତ ଯୁଦ୍ଧ ସ୍ଥିତି ଜାରି ରହିଛି। ତେଣୁ ଏବେ କେବଳ ଅନଲାଇନ୍ କ୍ଳାସ୍ ହେଉଛି କିନ୍ତୁ ପ୍ରାକ୍ଟିକାଲ ବା କ୍ଲିନିକାଲ ଶିକ୍ଷାରୁ ବଞ୍ଚିତ ଅଛନ୍ତି ଛାତ୍ରଛାତ୍ରୀ । ତେଣୁ ଭବିଷ୍ୟତକୁ ନେଇ ଚିନ୍ତାରେ ଓଡ଼ିଶା ଫେରିଥିବା 5 ଶହରୁ ଅଧିକ ଛାତ୍ରଛାତ୍ରୀ । ଏନଏମସି ବା ନ୍ୟାସନାଲ ମେଡିକାଲ କମିଶନ ନିୟମ କୋହଳ କରି ସେମାନଙ୍କୁ ଦେଶ ଭିତରେ ଗୋଟିଏ ସମୟ ପାଇଁ ସିଟ୍ ବଢାଇ ଆଡମିଶନ ପାଇଁ ସରକାର ବ୍ୟବସ୍ଥା କରନ୍ତୁ ବୋଲି ଦାବୀ କରିଛନ୍ତି ଛାତ୍ରଛାତ୍ରୀ ।