ଓଡିଶା

odisha

By

Published : Jul 17, 2021, 11:19 AM IST

Updated : Jul 17, 2021, 2:30 PM IST

ETV Bharat / city

UGCର ନୂଆ ଗାଇଡଲାଇନ, ଅକ୍ଟୋବର ୧ରୁ UG/PG ପାଠପଢା ଆରମ୍ଭ

ଉଚ୍ଚ ଶିକ୍ଷା ପାଠପଢା ପାଇଁ ଗାଇଡଲାଇନ ଜାରିକଲା UGC । ଖୁବଶୀଘ୍ର ସମସ୍ତ ପରୀକ୍ଷା ଫଳ ପ୍ରକାଶ ପାଇବା ସହ ଅକ୍ଟୋବର 2021-22 ଶିକ୍ଷା ବର୍ଷ ପାଇଁ ପାଠପଢା ଆରମ୍ଭ ହେବ । ଅଧିକ ପଢନ୍ତୁ...

ଆସନ୍ତା ଅକ୍ଟୋବର ୧ ରୁ UG/PG ପାଠପଢା ଆରମ୍ଭ
ଆସନ୍ତା ଅକ୍ଟୋବର ୧ ରୁ UG/PG ପାଠପଢା ଆରମ୍ଭ

ଭୁବନେଶ୍ବର: ଆସନ୍ତା ଅକ୍ଟୋବର 1 ତାରିଖରୁ ଚଳିତ ବର୍ଷ ଶିକ୍ଷା ବର୍ଷ ପାଇଁ ପାଠପଢ଼ା ଆରମ୍ଭ କରିବାକୁ ନିର୍ଦ୍ଦେଶ । UGC ପକ୍ଷରୁ ପରୀକ୍ଷା ଓ ଶିକ୍ଷା ବର୍ଷ ପାଠପଢ଼ା ନେଇ ଗାଇଡଲାଇନ୍ ଜାରି କରାଯାଇଛି । 2021-22 ନାମଲେଖା ସେପ୍ଟେମ୍ବର 30 ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ହୋଇଛି ।

2021-22 ଶିକ୍ଷାବର୍ଷ ପରୀକ୍ଷା ପାଇଁ ଗାଇଡ଼ଲାଇନ ଜାରି କଲା ୟୁନିଭରସିଟି ଗ୍ରାଣ୍ଟ କମିଶନର UGC । ଖୁବଶୀଘ୍ର ବିଭିନ୍ନ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି UGC କହିଛି । ଏଣ୍ଟ୍ରାନ୍ସ ରେଜଲ୍ଟ ବିଳମ୍ବ ହେଲେ ମଧ୍ୟ ଅକ୍ଟୋବର 1ରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । କୋରୋନା ଜନିତ କୌଣସି କାରଣରୁ ଛାତ୍ରଛାତ୍ରୀ ଆଡମିଶନ କରିନପାରିବେ ତେବେ ଫର୍ମ ପୂରଣ ବାବଦକୁ ସବୁ ଟଙ୍କା ଫେରସ୍ତ କରାଯାଇବ ।

UGCର ନୂଆ ଗାଇଡଲାଇନ, ଅକ୍ଟୋବର ୧ରୁ UG/PG ପାଠପଢା ଆରମ୍ଭ

ସେପ୍ଟେମ୍ବର 30 ସୁଦ୍ଧା ଆଡମିସନ ପ୍ରକ୍ରିୟା ଶେଷ କରିବାକୁ UGC ନିର୍ଦ୍ଦେଶ ଦେଇଛି । ଅକ୍ଟୋବର 1 ସୁଦ୍ଧା ପିଜି ଓ ୟୁଜି ପାଠପଢ଼ା ଆରମ୍ଭ ହେବା ସହ ଜୁଲାଇ 31 2022 ସୁଦ୍ଧା ଶେଷକରି ପ୍ରଥମ ବର୍ଷ ପିଲାଙ୍କ ସେମିଷ୍ଟର ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । ସେହିପରି ଜୁଲାଇରେ ପରୀକ୍ଷା ସରିବା ପରେ ଅଗଷ୍ଟ 1 2022ରୁ ନୂଆ ଶିକ୍ଷାବର୍ଷ ଆରମ୍ଭ କରାଯିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ/ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Jul 17, 2021, 2:30 PM IST

ABOUT THE AUTHOR

...view details