ଓଡିଶା

odisha

By

Published : Jun 12, 2021, 5:28 PM IST

ETV Bharat / city

ଆରମ୍ଭ ହେବ UGPG ପରୀକ୍ଷା ! ନିଷ୍ପତ୍ତିକୁ ସ୍ବାଗତ କଲେ ଛାତ୍ରଛାତ୍ରୀ

ୟୁଜି ପିଜି ପରୀକ୍ଷା ଆରମ୍ଭ ହେବାର ସମ୍ଭାବନା ଥିବା ବିଭାଗୀୟ ମନ୍ତ୍ରୀ କହିବା ପରେ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

UG PG ପରୀକ୍ଷା ହେବ ଆରମ୍ଭ ! ନିଷ୍ପତ୍ତିକୁ ସ୍ବାଗତ କଲେ ଛାତ୍ରଛାତ୍ରୀ
UG PG ପରୀକ୍ଷା ହେବ ଆରମ୍ଭ ! ନିଷ୍ପତ୍ତିକୁ ସ୍ବାଗତ କଲେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଆରମ୍ଭ ହେବ UG ଓ PG ପରୀକ୍ଷା । ଏନେଇ ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟରେ ଥିବା ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା କରିଛନ୍ତି ବିଭାଗୀୟ ମନ୍ତ୍ରୀ । ଅନ୍ୟପଟେ ପିଲାମାନେ ଏହାକୁ ସ୍ବାଗତ କରିଥିବା ବେଳେ ଖୁବଶୀଘ୍ର କେଉଁ ମୋଡ଼ରେ ପରୀକ୍ଷା କରାଯିବ ସେନେଇ ସୂଚନା ଦିଆଯାଉ ବୋଲି କହିଛନ୍ତି ।

UG PG ପରୀକ୍ଷା ହେବ ଆରମ୍ଭ ! ନିଷ୍ପତ୍ତିକୁ ସ୍ବାଗତ କଲେ ଛାତ୍ରଛାତ୍ରୀ

କୋରୋନା ମହାମାରୀ ସମୟରେ UG ଓ PG ପରୀକ୍ଷା ହେବାକୁ ନେଇ ଚିନ୍ତାରେ ରହୁଥିବା ଛାତ୍ରଛାତ୍ରୀ ହୋଇଛନ୍ତି ଚିନ୍ତାମୁକ୍ତ । ଶନିବାର UG ଓ PG ପାଇଁ ରାଜ୍ୟରେ ଥିବା ବିଶ୍ବ ବିଦ୍ୟାଳୟର କୁଳପତିଙ୍କ ସହ ପରୀକ୍ଷାକୁ ନେଇ ବିଭାଗୀୟ ମନ୍ତ୍ରୀ ଆଲୋଚନା କରିଛନ୍ତି । ୟୁଜି ଓ ପିଜି ପରୀକ୍ଷା କରାଯିବ। ଏହାକୁ ନେଇ ଆସନ୍ତା 18 ତାରିଖରେ ନିଷ୍ପତ୍ତି ନିଆଯିବ ।

ଚଳିତ ବର୍ଷ ୟୁଜି ଓ ପିଜି ପରୀକ୍ଷା କେଉଁ ମୋଡ଼ରେ କରାଯିବ ତାହା ସ୍ପଷ୍ଟ କରିବାକୁ ଛାତ୍ରଛାତ୍ରୀ କହିଛନ୍ତି । ଯଦି ପରୀକ୍ଷାକୁ ଅଫଲାଇନ କରାଯାଏ ତେବେ ପୂର୍ବ ଭଳି କ୍ଳାସ କରିବା ପରେ ପରୀକ୍ଷା କରିବା ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି । ଶନିବାର ପରୀକ୍ଷାକୁ ନେଇ ନିଆଯାଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ। ୟୁଜି ପିଜି ପରୀକ୍ଷା କରାଯିବା ଆବଶ୍ୟକ। କାରଣ ଏହି ପରୀକ୍ଷା ସମ୍ପୂର୍ଣ୍ଣ ଭାବରେ ଭବିଷ୍ୟତ ନିର୍ଭର କରୁଛି। ଏହି ପରୀକ୍ଷା ଅନଲାଇନ କରିବା ନିହାତି ଆଵଶ୍ୟକ ବୋଲି ଛାତ୍ରୀ ସୌମ୍ୟା ଶ୍ରୀୟଶ୍ରୀ କହିଛନ୍ତି ।

ଅନେକ ପିଲାମାନେ ସହର ବାହାରେ ରହୁଛନ୍ତି। ଅଫଲାଇନରେ ପରୀକ୍ଷା ହେଲେ ଅନେକ ଅସୁବିଧାର ସମ୍ମୁଖୀନ ହେବେ । ଏଣୁ ଅନଲାଇନରେ ପରୀକ୍ଷା ହେଲେ ଭଲ ହେବ ବୋଲି ସେ କହିଛନ୍ତି । ଅନ୍ୟପଟେ ଉତ୍କଳ ବିଶ୍ବବିଦ୍ୟାଳୟର ଦ୍ବିତୀୟ ବର୍ଷର ଛାତ୍ର ସୁଧାଂଶୁ ସାହୁ ମଧ୍ୟ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। କୋରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀମାନେ ଅନଲାଇନରେ ଅଧ୍ୟୟନ କରୁଛନ୍ତି। ଅନେକ ପିଲା ଅନଲାଇନରେ ବି ପାଠ ପଢିନାହାନ୍ତି। ଖୁବଶୀଘ୍ର ପରୀକ୍ଷାର ସ୍ପଷ୍ଟୀକରଣ କରାଯାଉ ବୋଲି ସେ କହିଛନ୍ତି।

ତେବେ ସୂଚନା ଥାଉ କି ଆଜି(ଶନିବାର) ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହିତ ବିଭାଗୀୟ ମନ୍ତ୍ରୀ ଭର୍ଚ୍ଚୁଆଲରେ ବୈଠକ ବସିଥିଲା । ୟୁଜି ପିଜି ପରୀକ୍ଷା କରାଯିବ ବୋଲି ଅଧିକ ସମ୍ଭାବନା ରହୁଥିବାରୁ ପରବର୍ତ୍ତୀ ନିଷ୍ପତ୍ତି ଆସନ୍ତା 18 ତାରିଖରେ କରାଯିବ। ଏନେଇ ପିଲାମାନେ ସମ୍ପୂର୍ଣ୍ଣ ରୂପେ ପରୀକ୍ଷା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details