ଓଡିଶା

odisha

By

Published : Jun 18, 2021, 12:47 PM IST

Updated : Jun 18, 2021, 1:34 PM IST

ETV Bharat / city

ଅନଲାଇନରେ UG/PG ପରୀକ୍ଷା, ସେପ୍ଟେମ୍ବର ସୁଦ୍ଧା ଫଳାଫଳ

ଅନଲାଇନରେ ହେବ  UG/PG ପରୀକ୍ଷା
ଅନଲାଇନରେ ହେବ UG/PG ପରୀକ୍ଷା

12:36 June 18

ଅନଲାଇନରେ UG/PG ପରୀକ୍ଷା, କୁଳପତି ନେବେ ନିଷ୍ପତ୍ତି

ଅନଲାଇନରେ UG/PG ପରୀକ୍ଷା, ସେପ୍ଟେମ୍ବର ସୁଦ୍ଧା ଫଳାଫଳ

ଭୁବନେଶ୍ବର: ବହୁ କଳ୍ପନା ଜଳ୍ପନା ପରେ UG ଏବଂ PG ପରୀକ୍ଷା ନେଇ ନିଷ୍କର୍ସ ବାହାରିଛି । ବ୍ୟାଚଲର ଏବଂ ପୋଷ୍ଟ ଗ୍ରାଜୁଏଟ ପିଲାଙ୍କର ପରୀକ୍ଷା ହେବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଅଗଷ୍ଟ ସୁଦ୍ଧା ପରୀକ୍ଷା ସାରି ସେପ୍ଟେମ୍ବରରେ ଫଳାଫଳ ପ୍ରକାଶ କରିବାକୁ ନିଷ୍ପତ୍ତି ନିଆଯାଇଛି ।  

ତେବେ ଅନଲାଇନରେ ଚଳିତ ବର୍ଷ ଯୁକ୍ତ ତିନ ଶେଷ ସେମିଷ୍ଟର ଅବା ଷଷ୍ଠ ସେମିଷ୍ଟର ପରୀକ୍ଷା ଏବଂ ସ୍ନାତକର ଶେଷ ସେମିଷ୍ଟର ଅଥବା ଚତୁର୍ଥ ସେମିଷ୍ଟର ପରୀକ୍ଷା ହେବ । ଆଗାମୀ ଜୁଲାଇ, ଅଗଷ୍ଟ ମାସରେ ଅନଲାଇନ ମୋଡ଼ରେ ପରୀକ୍ଷା ହେବ। ଏନେଇ କୁଳପତି ସମ୍ମିଳନୀରେ ନିଷ୍ପତ୍ତି ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।  ପୂର୍ବ ପରୀକ୍ଷା ଅବା ବ୍ୟାକ ପେପର ପରୀକ୍ଷା ମଧ୍ୟ ଅନଲାଇନ ମୋଡ଼ରେ ହେବ । ଏହା କେବଳ ଯୁକ୍ତ ତିନି ଏବଂ ସ୍ନାତକ ଶେଷ ସେମିଷ୍ଟର ପାଇଁ ଉଦ୍ଧିଷ୍ଟ ।

ଘରେ ସୁବିଧା ଥିଲେ ନଚେତ ନିକଟସ୍ଥ ଡିଗ୍ରୀ କଲେଜରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେହିଭଳି ଯୁକ୍ତ ତିନି ପ୍ରଥମ ଏବଂ ଦ୍ଵିତୀୟ ବର୍ଷର ସେମିଷ୍ଟରଗୁଡିକ ଏବଂ ସ୍ନାତକ ପରୀକ୍ଷାର ପ୍ରଥମ ବର୍ଷର ସେମିଷ୍ଟରଗୁଡିକ ପରବର୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଫଳ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jun 18, 2021, 1:34 PM IST

ABOUT THE AUTHOR

...view details