ଭୁବନେଶ୍ବର:ସୋମବାର ଠାରୁ 2020-21 ଶିକ୍ଷାବର୍ଷର ୟୁଜି ପ୍ରଥମ ବର୍ଷ ପିଲାଙ୍କର କ୍ଳାସ ରୁମରେ ହେବ ପଠାପଢ଼ା । ସେପ୍ଟେମ୍ବର 20ରୁ ୟୁଜି ପ୍ରଥମ ବର୍ଷ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା । ଉଭୟ ୟୁଜି 3ୟ ବର୍ଷ ଓ 4ର୍ଥ ବର୍ଷ ପାଠ୍ୟକ୍ରମ ପ୍ରଥମ ବର୍ଷ ପିଲାଙ୍କ କ୍ଲାସ କରାଯିବ। କୋରୋନା ସ୍ଥିତିରେ ଉନ୍ନତି ଆସିଥିବାରୁ କ୍ଲାସରୁମ୍ ପାଠପଢ଼ା ପାଇଁ ନିଆଯାଇଛି ନିଷ୍ପତ୍ତି । ଏନେଇ ସମସ୍ତ ଭିସି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ଚିଠି ଲେଖି ଜଣାଇଛନ୍ତି ।
ତେବେ କୋରୋନା କଟକଣା ମଧ୍ୟରେ ପଠାପଢ଼ା ଆରମ୍ଭ ହେବ । ସେପଟେ ରାଜ୍ୟରେ କୋଭିଡ୍ -19 ସ୍ଥିତିର ଉନ୍ନତିକୁ ଦୃଷ୍ଟିରେ ରଖି ରାଜ୍ୟ ପବ୍ଲିକ୍ ୟୁନିଭରସିଟି ଏବଂ ସରକାରୀ ତଥା ଅଣ-ସରକାରୀ ଡିଗ୍ରୀ କଲେଜଗୁଡିକ UG ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଶାରୀରିକ ଶ୍ରେଣୀଗୃହ ଶିକ୍ଷା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
କ୍ଲାସ ରୁମରେ କୋରୋନା କଟକଣା ନିର୍ଦ୍ଦେଶାବଳୀ ଅନୁସରଣ କରି ହେବ ପାଠପଢା । କଣ୍ଟେନମେଣ୍ଟ ଜୋନରେ ରହୁଥିବା ଶିକ୍ଷକ, କର୍ମଚାରୀ , ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟ ସମେତ କଲେଜ ଆସିପାରିବେ ନାହିଁ । କଲେଜକୁ ଆସିବାକୁ ହେଲେ ଫେସ୍ ମାକ୍ସ ବାଧ୍ୟତାମୂଳକ । ବାରମ୍ବାର ହାତ ଧୋଇବା, ସାନିଟାଇଜେସନକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।