ଭୁବନେଶ୍ବର: ଚଳିତ ଶିକ୍ଷା ବର୍ଷର(୨୦୨୨-୨୩) ୟୁଜି ନାମଲେଖା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । SAMS ଅଧୀନରେ ଆବେଦନକାରୀଙ୍କୁ ନାମଲେଖା ପାଇଁ ସାଧାରଣ ଆବେଦନ ଫର୍ମ (CAF) ପୂରଣ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି । ଅଗଷ୍ଟ ୧୧ ତାରିଖରୁ ଆବେଦନ କରିବା ଆରମ୍ଭ କରି ପାରିବେ ଛାତ୍ରଛାତ୍ରୀ । ଅଗଷ୍ଟ ୨୫ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ । ଏହାପରେ ଅଗଷ୍ଟ ୩୧ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ପରିଶେଷରେ ସେପ୍ଟେମ୍ବର ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ ।
UG ନାମଲେଖା ବିଜ୍ଞପ୍ତି ପ୍ରକାଶ, ଅଗଷ୍ଟ ୧୧ରୁ ଆବେଦନ
ପ୍ରକାଶ ପାଇଲା 2022-2023 ଶିକ୍ଷା ବର୍ଷର ୟୁଜି ନାମଲେଖା ବିଜ୍ଞପ୍ତି । www.samsodisha.gov.in ୱେବସାଇଟ ମାଧ୍ୟମରେ ଆବେଦନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢ଼ନ୍ତୁ
ଏହି କ୍ରମରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ସେପ୍ଟେମ୍ବର ୧୧ ତାରିଖରେ ପ୍ରକାଶ ପାଇବ । ଏହାପରେ ସେପ୍ଟେମ୍ବର ୧୨ ତାରିଖରୁ ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୬ ତାରିଖରେ ବିଭିନ୍ନ କଲେଜ୍ରେ ଖାଲି ପଡ଼ିଥିବା ସିଟ୍ ସଂଖ୍ୟା ପ୍ରକାଶ ପାଇବ । ଶେଷରେ ସେପ୍ଟେମ୍ବର ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସ୍ପଟ୍ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଛାତ୍ରଛାତ୍ରୀଙ୍କୁ ଯୁକ୍ତ ୩ ବା UGରେ ନାମ ଲେଖାଇବା ପାଇଁ www.samsodisha.gov.in ୱେବସାଇଟ ମାଧ୍ୟମରେ ଆବେଦନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।