ଓଡିଶା

odisha

ETV Bharat / city

ଉତ୍କଳ ବିଶ୍ବବିଦ୍ୟାଳୟରେ ସିଭିଲି ସର୍ଭିସ କୋଚିଂ ସେଣ୍ଟର ଉଡାନ ଉଦଘାଟିତ - ଉତ୍କଳ ବିଶ୍ବବିଦ୍ୟାଳୟରେ ସିଭିଲି ସର୍ଭିସ କୋଚିଂ ସେଣ୍ଟର ଉଦଘାଟିତ

ଉତ୍କଳ ବିଶ୍ବବିଦ୍ୟାଳୟରେ ସିଭିଲି ସର୍ଭିସ କୋଚିଂ ସେଣ୍ଟର ‘ଉଡାନ’ ଉଦଘାଟିତ । ପ୍ରତିବର୍ଷ ଛାତ୍ରଛାତ୍ରୀଙ୍କୁ ଭାରତୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ଵାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) ପରୀକ୍ଷା ନିମନ୍ତେ ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ଶିକ୍ଷା ଦିଆଯିବା । ଅଧିକ ପଢନ୍ତୁ

ଉଡାନ
ଉଡାନ

By

Published : Apr 24, 2022, 10:11 AM IST

ଭୁବେନଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ସିଭିଲି ସର୍ଭିସ କୋଚିଂ ସେଣ୍ଟର ‘ଉଡାନ’ ଉଦଘାଟିତ। ପ୍ରତିବର୍ଷ ଛାତ୍ରଛାତ୍ରୀଙ୍କୁ ଭାରତୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ଵାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) ପରୀକ୍ଷା ନିମନ୍ତେ ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ଶିକ୍ଷା ଦିଆଯିବା।

ଉତ୍କଳ ବିଶ୍ବବିଦ୍ୟାଳୟରେ ସିଭିଲି ସର୍ଭିସ କୋଚିଂ ସେଣ୍ଟର ‘ଉଡାନ’ ଉଦଘାଟିତ

ପ୍ରତିବର୍ଷ କିପରି ଅଧିକ ଓଡିଆ ଛାତ୍ରଛାତ୍ରୀ ଆଇଏଏସ ପାଇବେ ସେଥି ନିମନ୍ତେ ସରକାରଙ୍କ ପକ୍ଷରୁ ଯୋଜନା ପ୍ରଣୟନ ହୋଇଛି। ଏଥିପାଇଁ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ପାଇଁ ପ୍ରଶିକ୍ଷଣ ଦେବାକୁ ରାଜ୍ୟ ସରକାର ବିଭିନ୍ନ ବିଶ୍ବବିଦ୍ୟାଳୟକୁ ଆର୍ଥିକ ପାଣ୍ଠି ଯୋଗାଇ ଦେଇଛନ୍ତି । ଆଶାୟୀ ଛାତ୍ରଛାତ୍ରୀଙ୍କ ପିଛା ଟଙ୍କା ଖର୍ଚ୍ଚ କରି ଓ ସ୍ଵତନ୍ତ୍ର ଶିକ୍ଷା ଦେଇ ଆଇଏଏସ ବାହାର କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହି ପରିପ୍ରେକ୍ଷୀରେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ସିଭିଲ ସର୍ଭିସ କୋଚିଂ ସେଣ୍ଟର 'ଉଡାନ' ଉଦଘାଟିତ ହୋଇଛି। ଉଦଘାଟନ ଉତ୍ସବରେ ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ କୁମାର ପଟ୍ଟନାୟଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ପ୍ରଶାସନିକ ସେବାରେ ସଫଳତା ପାଇବା ପାଇଁ ଛାତ୍ରଛାତ୍ରୀମାନେ କିଭଳି ପ୍ରସ୍ତୁତି କରିବେ ସେଥିପାଇଁ ଆଶାୟୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉପାଦେୟ ପରାମର୍ଶ ଦେଇଛନ୍ତି। ନିଜସ୍ବ ଶୈଳୀରେ ଏକ ଯୋଜନା ପ୍ରସ୍ତୁତ କରି ପାଠ୍ୟକ୍ରମର ବିଷୟବସ୍ତୁକୁ ବାରମ୍ବାର ପଠନ ଓ ଲିଖନ ଅଭ୍ୟାସ ଜାରି ରଖିବା ଆବଶ୍ୟକ ।

ସାଧାରଣ ଜ୍ଞାନ ଓ ସାମ୍ପ୍ରତିକ ଘଟଣାବଳୀକୁ ମନେ ରଖିବାକୁ ହେବ। ଏଥିପାଇଁ ବିଭିନ୍ନ ପାଠ୍ୟପୁସ୍ତକର ସହାୟତା ନେବାକୁ ପଡିଥାଏ। ଏହାସହିତ ନିରନ୍ତର ଉଦ୍ୟମ ଓ ଜ୍ଞାନ ଆହରଣରେ ଆଗ୍ରହ ହିଁ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ହେବ ସଫଳତାର ଚାବିକାଠି। ଉତ୍କଳ ବିଶ୍ଵବିଦ୍ୟାଳୟରେ ଲିଖିତ ଓ ମୌଖିକ ପରୀକ୍ଷା କରିଆରେ ପ୍ରତିବର୍ଷ ୪୦ଜଣ ଛାତ୍ରଛାତ୍ରୀଙ୍କୁ ସଲିଲ ସର୍ଭିସ କୋଚିଂ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ୮୫ଜଣ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିଥିଲେ। କେବଳ ଏହି ବର୍ଷ ଆବେଦନ କରିଥିବା ସବୁ ଛାତ୍ରଛାତ୍ରୀଙ୍କୁ ଦୁଇଟି ସିଟିଂରେ କୋଚିଂ ଦେବା ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିସ୍ପତି ନେଇଛନ୍ତି ।

ଆସନ୍ତା ଜୁନ ମାସରେ ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଥିବାରୁ ପ୍ରତି ଶନିବାର ଓ ରବିବାର ଛାତ୍ରଛାତ୍ରୀଙ୍କୁ କୋଚିଂ ଦିଆଯିବ ବୋଲି ସୂଚନା ଦିଆଯାଇଛି। ଉତ୍କଳ ବିଶୁବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ରେ କୁଳସଚିବ ଡ଼ଃ ଅଭୟ କୁମାର ନାୟକ, ଡ଼ଃ ସ୍ମିତା ନାୟକ ସହ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ପ୍ରକଳ୍ପ ନିର୍ଦେଶକ ଅଭିନ୍ଦମ ଡାକୁଆ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ ,ଇଟିଭି ଭାରତ

ABOUT THE AUTHOR

...view details