ଭୁବନେଶ୍ବର: ରାଜଧାନୀର ଅଶୋକନଗରରେ ଥିବା ୟୁକୋ ବ୍ୟାଙ୍କର ସିନିଅର ମ୍ୟାନେଜର ଆର ରଞ୍ଜିତା ରାଓଙ୍କ ସନ୍ଦେହଜନକ ଭାବରେ ମୃତ୍ୟୁ ଘଟିଛି । ଘର ଭିତରୁ ରଞ୍ଜିତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ୍ୟୁ କିପରି ଘଟିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଆତ୍ମହତ୍ୟା ହୋଇଥିବା ସନ୍ଦେହ କରୁଛି ପୋଲିସ ।
ସୂଚନା ଅନୁଯାୟୀ, ଖଣ୍ଡଗିରି ଥାନା ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ ଏମ ଆଇ ଜି ୫୧ ରେ ରଞ୍ଜିତା ତାଙ୍କ ପରିବାର ସହ ଘର ଭଡା ନେଇ ରହୁଥିଲେ । ସେ ବ୍ୟାଙ୍କରେ ମ୍ୟାନେଜର ରହିଥିବାବେଳେ ଅବିବାହିତା ଥିଲେ। ବୁଧବାର ସମସ୍ତଙ୍କୁ ଖାଇବାକୁ ଦେଇ ନିଜେ ଶୋଇବାକୁ ଯାଇଥିଲେ । ହେଲେ ସକାଳୁ ସେ ତାଙ୍କ କବାଟ ଆଉ ଖୋଲିନଥିଲେ ।